ସମାଜ ସେବିକା ମହିଳା ସଂଗଠନ ପୁଣି ଆଗେଇ ଆସିଲେ ମହିଳାଙ୍କ ସହାୟତା ପାଇଁ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ପରୋପକାରକୁ ବ୍ରତ ଭାବରେ ଗ୍ରହଣ କରିଥିବା “ସମାଜ ସେବିକା ମହିଳା ସଂଗଠନ” ବାରମ୍ବାର ଲୋକଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇ ସେମାନଙ୍କ ବିପଦ ସମୟର ସାଥୀ ହୋଇ ଛିଡ଼ା ହେଉଛନ୍ତି। ଆଜି ମଧ୍ୟ ଏହିପରି ଏକ ମହାନ କାର୍ଯ୍ୟ କରି ସଂଗଠନ ଓ ଏହାର ସଭାପତି ଶ୍ରୀମତୀ ରଜନୀ ଭୋଇ ଲୋକଙ୍କ ପାଖରେ ପ୍ରଶଂସାର ପାତ୍ର ହୋଇଛନ୍ତି। 

ସୂଚନା ଅନୁଯାୟୀ, ପୂର୍ଣ୍ଣିମା ଖଡ଼ିଆ ନାମ୍ନୀ ଜଣେ ମହିଳାଙ୍କର ଛାତିରେ ସମସ୍ୟା ଯୋଗୁଁ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଅର୍ଥାଭାବ ତାଙ୍କର ଚିକିତ୍ସାରେ ବାଧକ ହୋଇଥିଲା। ସମାଜ ସେବିକା ମହିଳା ସଂଗଠନ ଏ ବିଷୟରେ ଅବଗତ ହେବା ପରେ ପୂର୍ଣ୍ଣିମାଙ୍କ ପ୍ରାରମ୍ଭିକ ଚିକିତ୍ସା ନିମନ୍ତେ ୧୪,୦୦୦ ଟଙ୍କା ପ୍ରଦାନ କରିଥିଲେ । ପରେ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଅତିରିକ୍ତ ୩୦,୦୦୦ ଟଙ୍କା ମଧ୍ୟ ତାଙ୍କ ସଙ୍ଗଠନ ପ୍ରଦାନ କରିବ ବୋଲି ଏହାର ସଭାପତି ଶ୍ରୀମତୀ ରଜନୀ ଭୋଇ ଓ ଅନ୍ୟାନ୍ୟ ସଦସ୍ୟମାନେ ଘୋଷଣା କରିଛନ୍ତି।

Leave A Reply

Your email address will not be published.