ଭୁବନେଶ୍ୱରରେ ଖୋଲିଲା ମୋଣ୍ଟେକାର୍ଲୋର ଦ୍ୱିତୀୟ ଏକ୍ସକ୍ଲୁସିଭ୍ ଷ୍ଟୋର୍ 

0

ଭୁବନେଶ୍ୱର (ଶାସକ ପ୍ରଶାସକ) ସମସ୍ତ ୠତୁରେ ବ୍ୟବହାର ଉପଯୋଗୀ ଏବଂ ଅତି ଆରାମ ଦାୟକ ପୋଷାକ ପତ୍ର ନିର୍ମାତା ତଥା ଭାରତର ଅନ୍ୟତମ ପ୍ରିମିୟମ୍ ପୋଷାକ ବ୍ରାଣ୍ଡ – ମୋଣ୍ଟେକାର୍ଲୋ ଫେଶନ୍ସ ଲିମିଟେଡ୍ ଓଡ଼ିଶାର ପୋଷାକ ପ୍ରେମୀ ଗ୍ରାହକଙ୍କ ଚାହିଦାକୁ ସମ୍ମାନ ଜଣେଇ ଏବଂ ଗ୍ରାହକଙ୍କ ସୁବିଧା ନିମନ୍ତେ  ଜନପଥ, ସହୀଦ ନଗର, ଭୁବନେଶ୍ୱରରେ ଦ୍ୱିତୀୟ ଏକ୍ସକ୍ଲୁସିଭ୍ ବ୍ରାଣ୍ଡ ଆଉଟଲେଟ୍ ଆରମ୍ଭ କରିଛନ୍ତି  । ପ୍ରତ୍ୟେକ ବର୍ଗର ପୁରୁଷ, ମହିଳା ଏବଂ ୮ରୁ ୧୪ବର୍ଷର ଟିନ୍ସ ମାନଙ୍କ ପାଇଁ ସର୍ବଶେଷ ଓ ସର୍ବୋତ୍କୃଷ୍ଟ ଫ୍ୟାଶନ୍ ଟ୍ରେଣ୍ଡକୁ ଅନୁସରଣ କରି ପ୍ରସ୍ତୁତ ହୋଇଥିବା ଅତ୍ୟାଧୁନିକ ପୋଷାକ ପତ୍ର ଏହି ଷ୍ଟୋର୍ ମାଧ୍ୟମରେ ସମସ୍ତ ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ।

ଏହି ଶୁଭ  ଉଦ୍ଘାଟନ ଉତ୍ସବ ଅବସରରେ ଯୋଗ ଦେଇ କମ୍ପାନୀର ପୂର୍ବାଞ୍ଚଳ ମୁଖ୍ୟ – ଶ୍ରୀ ହରିମିନ୍ଦର ପାଲ ସିଂ କହିଛନ୍ତି “ମୋଣ୍ଟେକାର୍ଲୋ ସମଗ୍ର ଭାରତରେ ଏକ ପ୍ରତିଷ୍ଠିତ ବ୍ରାଣ୍ଡ ଯାହା ନିଜର ଅତ୍ୟାଧୁନିକ ଜ୍ଞାନ କୌଶଳ, ଅଦ୍ଵିତୀୟ ଗୁଣବତ୍ତା ଏବଂ ଶତ ପ୍ରତିଶତ ଗ୍ରାହାକ ସନ୍ତୁଷ୍ଟି ମନୋବୄତ୍ତି ଯୋଗୁଁ ଉତ୍ତର ଭାରତ, ମଧ୍ୟ ଭାରତ ଏବଂ ପୂର୍ବ ଭାରତରେ ନିଜକୁ ଅନ୍ୟତମ ବିଶ୍ବାସଯୋଗ୍ୟ, ବୄହତ ଓ ପ୍ରତିଷ୍ଠିତ  ବ୍ରାଣ୍ଡ ଭାବେ ଅବସ୍ଥାପିତ କରିପାରିଛି। ବିଶେଷ କରି ଆଜିକାଲିର ଯୁବ ଗ୍ରାହକଙ୍କ ଫ୍ୟାଶନ ଚାହିଦା ଏବଂ ଆମ ଭଳି ଉତ୍ତମ ବ୍ରାଣ୍ଡକୁ ସେମାନଙ୍କର ପ୍ରଥମ ପସନ୍ଦକୁ ଦେଖିଲେ, ଭୁବନେଶ୍ୱର ଅଞ୍ଚଳରେ ବହୁତ ଭଲ ବ୍ୟବସାୟର ସୁଯୋଗ ଅଛି ବୋଲି ଆମେ ଅନୁଭବ କରୁଛୁ। ଆମେ ଆମର ପ୍ରିୟ ଗ୍ରାହକଙ୍କୁ ଏକ ନୁତନ ସପିଂ ଅଭିଜ୍ଞତା ଏବଂ ଉଚ୍ଚତର ସନ୍ତୁଷ୍ଟି ପ୍ରଦାନ କରିବାକୁ ପ୍ରୟାସ କରିଆସୁଛୁ।” 

ମୋଣ୍ଟେକାର୍ଲୋ ଏକ୍ସକ୍ଲୁସିଭ୍ ବ୍ରାଣ୍ଡ ଆଉଟଲେଟରେ ପୁରୁଷ, ମହିଳା ଏବଂ ଟିନ୍ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଷ୍ଟାଇଲିସ୍ ଫେସନେବେଲ୍ ସ୍ଵେଟର, ସ୍ଵେଟସାର୍ଟ, ସାର୍ଟ, ଜ୍ୟାକେଟ୍, ଶାଲ୍, ମଫଲର୍, ଟି-ସାର୍ଟ, ଡେନିମ୍, ଟ୍ରାଉଜର, ଡ୍ରେସେସ୍, ଟପ୍ସ, କୁର୍ତିସ୍, ସର୍ଟ୍ସ ପୋଷାକ ଇତ୍ୟାଦି ରହିଛି |  ଆଧୁନିକ ସ୍ଵାଧୀନ ସହରୀ ମହିଳାଙ୍କ ପାଇଁ ଆଲଫା ବ୍ରାଣ୍ଡ, ପୁରୁଷମାନଙ୍କ ପାଇଁ ଲଗ୍ଜୁରିଆ ଏବଂ ୮ରୁ ୧୪ ବର୍ଷର ପିଲାମାନଙ୍କ ପାଇଁ ଟ୍ୱିନ୍ସ ମୋଣ୍ଟେ କାର୍ଲୋ ନାମକ ବ୍ରାଣ୍ଡ୍ ର ପୋଷାକ ଉପଲବ୍ଧ ଅଛି।

ରାଜଧାନୀରେ ଖୋଲିଥିବା ମୋଣ୍ଟେକାର୍ଲୋ ଏକ୍ସକ୍ଲୁସିଭ୍ ଷ୍ଟୋର୍ ଜନପଥରେ ସହିଦ୍ ନଗର ପିସି ଜୁଏଲର୍ସ ନିକଟରେ ଅବସ୍ଥିତ |  

ସୂଚନାଯୋଗ୍ୟ ଯେ ମୋଣ୍ଟେକାର୍ଲୋ ଫ୍ୟାଶନ୍ସ ଲିମିଟେଡ୍ ପଞ୍ଜାବର ପ୍ରସିଦ୍ଧ ନାହର ଗ୍ରୁପ୍‌ର ଏକ ସଂସ୍ଥା। ଯାହାର ବ୍ୟବସାୟୀକ ମୂଲ୍ୟ ୧ବିଲିୟନ ଡଲାରରୁ ଅଧିକ ଏବଂ ଏହା ଭାରତର ଏକ ବିଶ୍ୱସ୍ତ, ପ୍ରତିଷ୍ଠିତ ତଥା ସୁପରିଚିତ ଟେକ୍ସଟାଇଲ୍ ଶିଳ୍ପ ଗ୍ରୁପ୍ ଅଟେ।  ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଅଳ୍ପ କିଛି ଫ୍ୟାଶନ୍ ପୋଷାକ ବ୍ରାଣ୍ଡ ମଧ୍ୟରୁ ଏହା ଅନ୍ୟତମ।

 

 

Leave A Reply

Your email address will not be published.