ସାକ୍ଷୀ ରହିଲା ସମ୍ବିଧାନ : ବିବାହ ଡୋରିରେ ବାନ୍ଧି ହେଲେ ଦୁଇଟି ଜୀବନ

0

ବରଣମାଳା ଦେଇ ଜୀବନ ସାଥୀ ହେଲେ ଅନ୍ତର୍ଯ୍ୟାମୀ ଓ ମଞ୍ଜୁଲତା।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଆଜିର ଆଧୁନିକ ଯୁଗରେ ବିଭିନ୍ନ ସମ୍ପ୍ରଦାୟରରେ ବିବାହ ବନ୍ଧନର ପରମ୍ପରା ବହୁ ନିରାଡମ୍ବର ଭାବରେ ହେବା ସହିତ ବହୁଳ ଅର୍ଥ ଖର୍ଚ୍ଚ କରା ଯାଇ ବିବାହ ଉତ୍ସବ କରାଯାଉଛି। ହେଲେ କରୋନା ମହାମାରୀ ରୋଗର କଟକଣା ପାଇଁ ସରକାରଙ୍କ ପକ୍ଷରୁ କେତେକ କଟକଣାର ସରକାରୀ ନୀତି ନିୟମରେ ପ୍ରତିବନ୍ଧକ ଯୋଗୁଁ ବି ପ୍ରତେକ ବିବାହ ଉତ୍ସବ ସାମାଜିକ ଦୂରତା  ବଜାୟ ରଖି ତଥାପି ବିବାହ ଉତ୍ସବ ହେଉଛି। ମାତ୍ର ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଂଶାଜାଲ ପଞ୍ଚାୟତ ଅନ୍ତର୍ଗତ ମୂଷାକଟା ଗ୍ରାମରେ ଏକ ନିଆରା ବିବାହ ଦେଖିବାକୁ ମିଳିଥିଲା। ହେଲେ ଏଠି ନା ଥିଲା ବିବାହ ବେଦୀ, ନା ଥିଲା ରୋଷଣୀ, ନା ଥିଲା ବ୍ରାହ୍ମଣ କର୍ମକାଣ୍ଡ।ମାତ୍ର ଏଠି ସମ୍ବିଧାନକୁ ସାକ୍ଷୀ ରଖି ବିବାହ ଡୋରିରେ ବାନ୍ଧି ହୋଇ ଜନ୍ମ ଜନ୍ମାନ୍ତର ସାଥୀ ହେଲେ ଅନ୍ତର୍ଯ୍ୟାମୀ ସାଗର ଓ ମଞ୍ଜୁଲତା। ଏଥିରେ କେବଳ ରେଢାଖୋଲ ବ୍ଲକ ଲକ୍ଷ ଘର ସମାଜ ମହା ସଂଘର ସଦସ୍ୟମାନଙ୍କ ଉପସ୍ଥିତିରେ ପ୍ରଥମେ ବାବା ସାହେବ ବି ଆର ଆମ୍ବେଦକର, ଗୌତମ ବୁଦ୍ଧ, ଓ ସନ୍ଥ କବି ଭୀମ ଭୋଇ ଫୋଟ ଚିତ୍ରରେ ପୂଜାର୍ଚ୍ଚନା କରିବା ପରେ ଅନ୍ତର୍ଯ୍ୟାମୀ ଓ ମଞ୍ଜୁ ଲତା ଦୁଇ ଜୀବନ ସାଥୀଙ୍କୁ ଆଣି  ଜାତି ଲୋକଙ୍କ ସମ୍ମୁଖରେ ଉଭୟେ ଉଭୟଙ୍କୁ ବରଣମାଳା ଦେଇ ସାରା ଜୀବନ ପାଇଁ ଜୀବନ ସାଥି ହୋଇ ଥିଲେ।ଏଭଳି ଏକ ନିଆରା ବିବାହ ଦେଖିବା ପାଇଁ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯାଇ ଥିବା ବେଳେ ଏଭଳି ଏକ ନିଆରା ବିବାହ କାର୍ଯ୍ୟକ୍ରମ ଦେଖି ଭୁୟସୀ ପ୍ରଶଂସା କରିଥିଲେ।

 

Leave A Reply

Your email address will not be published.