‘ଏଇତ ଜୀବନ’ ଅନୁଷ୍ଠାନ ତରଫରୁ ରକ୍ତଦାନ ଶିବିର, ୫୧ ୟୁନିଟ୍ ରକ୍ତ ସଂଗ୍ରହ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ାର ସାମାଜିକ ସଂସ୍ଥା ‘ଏଇତ ଜୀବନ’ ତରଫରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବିଗ ବଜାର  ପରିସରରେ ଥିବା ସନ ସିଟି ସେଣ୍ଟରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସର୍ବମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି। 

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବାଲଗୋବିନ୍ଦ ମିଶ୍ର ଯୋଦେଥିବା ବେଳେ ସମ୍ମାନିତ ଅତିଥି ରୂପେ ହୀରାଲାଲ ଲୋକଚନ୍ଦାନୀ ଓ ପ୍ରଶାନ୍ତ ନନ୍ଦ ଯୋଗଦେଇ ଫିତା କାଟି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ପ୍ରଥମ ରକ୍ତ ଦାତା ଭାବେ ଶକ୍ତି କେଡିଆ ରକ୍ତ ଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଭାନେତ୍ରୀ ମାନସୀ ପଣ୍ଡା,ସମ୍ପାଦିକା ରେଣୁ ତିୱାରୀ,ମୂଖ୍ୟ ଉପଦେଷ୍ଟା ରାଜେଶ ପାଢ଼ୀ ଓ ପ୍ରଫୁଲ୍ଲ ବେହେରା, ଉପଦେଷ୍ଟା ଲଭଲି ସିଂ, ସୁଶାନ୍ତ ଗୁପ୍ତା, ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ, ଆଶିଷ ତିୱାରୀ ଓ ସାଂସ୍କୃତିକ ସଚିବ ସଂଯୁକ୍ତା ପଟେଲ,କୋଷାଧ୍ୟକ୍ଷ ମଞ୍ଜୁଳା ବେହେରା, ସଂଯୋଜକ ପ୍ୟାରେଲାଲ ଶ୍ରୀବାସ୍ତବ, ଆଇନ ଉପଦେଷ୍ଟା କବିତା ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏତଦବ୍ୟତୀତ କହ୍ନୈୟା ଲାଲ ଗୋଏଙ୍କା ସମସ୍ତ କାର୍ଯ୍ୟଭାର ନେଇଥିଲେ। ବିଶେଷ ଅତିଥି ଭାବରେ ଅରବିନ୍ଦ ବାରିକ,ବିଜୟ ସାଇଗଲ,ଅକ୍ଷୟ ପତି ଓ କରଣୀ ସେନାର ସଦସ୍ୟମାନେ ଯୋଗଦେଇ ଏଇଭଳି ମହତ୍ କାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ସଦସ୍ୟମାନଙ୍କ କହିବା ଅନୁସାରେ 100 ୟୁନିଟ୍ ସଂଗ୍ରହ କରିବା ପାଇଁ ସଂଗଠନ ଲକ୍ଷ ରଖିଛି।

Leave A Reply

Your email address will not be published.