ଯୁବରେଡକ୍ରସ ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

0

ଭଞ୍ଜନଗର ( ନିଲୁ ବିଷୋୟୀ ) -ଗଞ୍ଜାମ ଜ଼ିଲ୍ଲା ସ୍ତରୀୟ କାର୍ଯକାରିଣୀ ବୈଠକ ଅନଲାଇନରେ ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକରେ ଛତ୍ରପୁର ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ କିଶୋର ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ |ମୁଖ୍ୟଅତିଥିରୂପେ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ଼ ଅଜୟ କୁମାର ତ୍ରିପାଠୀ ଯୋଗ ଦେଇ କରୋନା ମହାମାରୀ ତଳବନ୍ଦ ବେଳେ ଗଞ୍ଜାମ ଜ଼ିଲ୍ଲା ଯୁବ ରେଡକ୍ରସ ଦ୍ୱାରା ନିଯାଇଥିବା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଏବଂଆଗାମି ଦିନରେ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ |ରାଜ୍ୟ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କ୍ଲଷ୍ଟର କ୍ୟାମ୍ପ ସମ୍ପର୍କରେ ସୂଚନା ଦେଇଥିଲେ ଅନ୍ୟତମ ସମ୍ମନିତ ଅତିଥି କଳାହାଣ୍ଡି ଜ଼ିଲ୍ଲା ସଂଯୋଜକ ଶାନତନୁ କୁମାର ପରିଡା ଯୋଗ ଦେଇ ରାଜ୍ୟ କାର୍ଯ୍ୟକ|ରିଣିରେ ନିଆଯାଇଥିବା ନିଷ୍ପତି ସମ୍ପର୍କରେ ସୂଚନା ଦେଇଥିଲେ |ଜ଼ିଲ୍ଲା ସମ୍ପାଦକ ମନୋରଞ୍ଜନ ମହାରଣା ସ୍ୱାଗତ ଭାଷଣ ଦେଇଥିଲେ |ଜ଼ିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓ ସଂଯୋଜନା କରିଥିଲେ |ଆସିକା ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡକ୍ରସ ଉପଦେଷ୍ଟା ଦେବବ୍ରତ ସାହୁ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ |ଶେଷରେ ଜଗନ୍ନାଥପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉପଦେଷ୍ଟା ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଧନ୍ୟବାଦ ଦେଇଥିଲେ |

Leave A Reply

Your email address will not be published.