ଯୁଯୁମରାରେ ହାଇୱା ଓ ବୁଲେଟ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

0

( ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) ସମ୍ବଲପୁର ଜିଲ୍ଲା ଯୁଯୁମରା ଠାରେ ଏକ ଦୁଘର୍ଟଣା ଘଟି ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ୫୫ ନଂ ଜାତୀୟ ରାଜପଥ ଯୁଯୁମୁରା ଥାନା ଡଙ୍ଗାଘାଟ ବ୍ରିଜ୍‌ ନିକଟକରେ ଆଜି ଅପରାହ୍ନ ସମୟରେ ହାଇୱା (ଓଡ଼ି ୧୫-ଏମ୍‌- ୯୫୯୦) ଓ ବୁଲେଟ୍‌ (ଓଡ଼ି ୦୨-ବିପି-୦୬୬୬) ମଧ୍ୟରେ ଧକ୍କା ହୋଇଥିବା ସୂଚନା ରହିଛି। ଘଟଣାରେ ବୁଲେଟ୍‌ ଆରୋହୀ ମୃତ୍ୟୁବରଣ କରିଛନ୍ତି।

ମୃତକ ଜଣକ ହେଲେ ଗଡ଼ଗଡ଼ବାହାଲ ଗାଁର ଶ୍ରୀକାନ୍ତ ପ୍ରଧାନ (୨୫ବର୍ଷ)। ଅନ୍ୟପକ୍ଷେ ହାଇୱା ଚାଳକ ଗୁରତର ଆହତ ହୋଇ ହାଇୱା ମଧ୍ୟରେ ଫସି ରହିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ହାଇୱା ଚାଳକଙ୍କ ପରିଚୟ ମିଳିପାରି ନାହିଁ। ବୁଲେଟ୍‌ ଚାଳକ ନିଜ ଘର ସମ୍ବଲପୁରରୁ ଗଡ଼ଗଡ଼ ବାହାଲ ଯାଉଥିଲେ। ସେହି ସମୟରେ ବିପରୀତ ଦିଗରୁ ବାଲି  ବୋଝେଇ ଏକ ହାଇୱା ଆସି ଧକ୍କା ଦେବାକୁ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲେକେ ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଗାଡିରେ ବୁର୍ଲା ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.