ଭଞ୍ଜନଗର ( ନିଲୁ ବିଷୋୟୀ )- ଭଞ୍ଜନଗର କୋର୍ଟ ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲା ଦୌରାଜଜ୍ ହେମନ୍ତ କୁମାର ସେଠୀଙ୍କ କୋର୍ଟ ରେ ବିଭିନ୍ନ ଦୁର୍ଘଟଣା ଜନିତ ୨୧ଟି ମାମଲା ଫଇସଲା ହୋଇ ୭୩ ଲକ୍ଷ ୪୨ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ବୀମା କମ୍ପାନୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଆଇନ ପ୍ରାଧିକରଣ ସଦସ୍ୟ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ ଓ ଅବସର ପ୍ରାପ୍ତ କଲେଜ ଅଧକ୍ଷ ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ସବଜଜ୍ ବେଦପ୍ରକାଶ ଙ୍କ କୋର୍ଟରେ ବ୍ୟାଙ୍କ ସମ୍ବନ୍ଧିୟ ୬ଟି ମାମଲା ଫଇସଲା ହୋଇ ୧୬ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆଦାୟ ହୋଇଛି।ଏସ୍ଡିଜେଏମ୍ ମନସ୍ୱନୀ ରଥଙ୍କ କୋର୍ଟରେ ଵୈବାହିକ ସମସ୍ୟା ପରି ୧୮ଟି ବିଭିନ୍ନ ମାମଲା ଫଇସଲା ହୋଇଥିଲା। ଏହି ଅବସରରେ ଓକିଲ ସଂଘର ସଭାପତି ଦଣ୍ଡପାଣି ସ୍ୱାଇଁ ଏବଂ ସମ୍ପାଦକ ଅକ୍ଷୟ କୁମାର ସାହୁ ଙ୍କ ସମେତ ଆଇନଜୀବୀ ସନ୍ତୋଷ ତିଆଡି, ବଂଶୀଧର ପ୍ରଧାନ, ଅଳକାମଞ୍ଜରୀ ପଟ୍ଟନାୟକ, ଅରୁଣ ପାଢ଼ୀ, ସୁଧୀର ରଞ୍ଜନ ମହାପାତ୍ର, ନିରାକାର ସାହୁ,ଦେବୀ ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ
Sign in
Sign in
Recover your password.
A password will be e-mailed to you.
Prev Post