ନୂଆପଡ଼ା ଅତିରିକ୍ତ ତହସିଲଦାର ମନମୁଖି କାର୍ଯ୍ୟ

0

ତହସିଲ ଅଫିସ ଘେରିଲେ ଟ୍ରାକ୍ଟର ମାଲିକ, ଠିକାଦାର ସଂଘ

ନୂଆପଡ଼ା,(ଅମିତ ପୁରୋହିତ): ନୂଆପଡ଼ା ଅତିରିକ୍ତ ତହସିଲଦାରଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ଟ୍ରାକ୍ଟର ମାଲିକ ସଂଘ ଓ ଠିକାଦାର ସଂଘ ତରଫରୁ ଘେରାଉ କରି ହୋହାଲ୍ଲା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । 

      ସଦର ବ୍ଲକର ବିଭିନ୍ନ ବାଲି ଘାଟରେ ଅତିରିକ୍ତ ତହସିଲଦାର ଲୋଚନା ଶବର ନିଜ ମନମୁଖି କାର୍ଯ୍ୟ କଳାପ ଚଲାଇଛନ୍ତି । ଟ୍ରାକ୍ଟର ମାଲିକ ମାନେ ରୋୟାଲ୍ଟି ଦେଇ ବାଲି ଆଣୁଥିଲେ ବି ଗାଡିକୁ ଅଟକାଇ ଅଯଥାରେ ହାଇରାଣ ହରକତ କରୁଛନ୍ତି । ସୀମାନ୍ତ ଛତିଶଗଡ ରାଜ୍ୟର ବାଲି ମାଫିଆ ମାନଙ୍କ ଗାଡିକୁ ଛାଡି ଦେଉଥିବାରୁ ଅବାଧରେ ବାଲି ଚୋରା ଚାଲାଣ କରୁଛନ୍ତି । ଏଥିରେ ହଜାର ହଜାର ଟଙ୍କାର ରାଜସ୍ୱ ହାନି ହେଉଛି । ପ୍ରଧାନମନ୍ତ୍ରୀ ଆବସ ଯୋଜନା ପାଇଁ ବାଲି ଆଣୁଥିଲେ ବି ତାଙ୍କୁ ଅସୁବିଧାରେ ପକାଉଛନ୍ତି । ଗତ କିଛି ଦିନ ତଳେ କିଛି ଟ୍ରାକ୍ଟର ମାଲିକ ରୋୟାଲ୍ଟି ଧରି ବାଲି ଆଣୁଥିବା ବେଳେ ତାଙ୍କୁ ଅଟକାଇ ରଫା, ଝୁଡିକୁ ଜବତ କରିଥିବା ଭିଡିଓ ଭାଇରାଲ ହୋଇଥିଲା । ଏଭଳି ବହୁ ଦିନ ହେଲା ଚାଲି ଆସୁଥିଲେ ବି ଜିଲ୍ଲା ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରୁନାହାନ୍ତି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସହରର ବିଦୁ୍ୟତ ସରବରାହ ବନ୍ଦ ରହିଥିଲା । ଏହାକୁ ଦୃଷ୍ଟିରେ ରଖି ଟ୍ରାକ୍ଟର ମାଲିକ ସଂଘ ତରଫରୁ ତାଙ୍କୁ ରୋୟାଲ୍ଟିରେ ଅଧିକ ସମୟ ଦେବାକୁ ଅନୁରୋଧ କରିଥିଲେ । ଏଥିରେ ଅତିରିକ୍ତ ତହସିଲଦାର ଶ୍ରୀ ଶବର ଉତ୍ୟକ୍ତ ହୋଇ ଜଣେ ଟ୍ରାକ୍ଟର ମାଲିକଙ୍କୁ ଚୋର ବୋଲି ଅସଭ୍ୟ ଭାଷାରେ ଗାଲି ଗୁଲଜ କରିଥିଲେ । ଏହାକୁ ନେଇ ଟ୍ରାକ୍ଟର ମାଲିକ ସଂଘ ଓ ଠିକାଦାର ସଂଘ ଅସନ୍ତୋଷ ପ୍ରକାଶ କରି ତହସିଲ ଅଫିସ ଘେରାଉ କରିଥିଲେ । ସେଠାରେ ଉଭୟ ପକ୍ଷରୁ ଯୁକ୍ତି ତର୍କ ହୋଇଥିଲା । ଉଭୟ ସଂଘର କର୍ମକର୍ତ୍ତା ମାନେ ତହସିଲ ଅଫିସ ଭିତରେ ହୋ ହାଲ୍ଲା କରିଥିଲେ । ଶେଷରେ ଅତିରିକ୍ତ ତହସିଲଦାର ରୋୟାଲ୍ଟି ଦେବାରୁ ଉଭୟ ସଂଘର କର୍ମକର୍ତ୍ତା ଶାନ୍ତ ହୋଇଥିଲେ । ଯୁବନେତା ସରୋଜ ସାହୁ, ଠିକାଦାର ସଂଘ ସଭାପତି କ୍ଷୀରୋଦ ପାଢି, ଶମ୍ଭୁପ୍ରସାଦ ଗୁପ୍ତା, ସଂଜୟ ପୁରୋହିତ, ବିବେକାନନ୍ଦ ଗୁପ୍ତା, ସ୍ୱାଗତ ଯୋଷୀ, ଚନ୍ଦ୍ରକାନ୍ତସିଂ ଠାକୁର, ଲଲନ ଗୁପ୍ତା, ତରସୁ ହଂସ, ବିକି ପଣ୍ଡା, ପ୍ରବିଣ ଠାକୁର, ଅଜିତ ମିଶ୍ର, ସୋନୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।  

 

Leave A Reply

Your email address will not be published.