ଧାନ ସଂଗ୍ରହରେ ଚାଷୀଙ୍କୁ ମିଲର୍ସଙ୍କ ଶୋଷଣକୁ ବିରୋଧ

0

ଜିଲ୍ଲାପାଳ ଅଫିସ ଘେରିଲା ଗରିବ ସେନା ସଂଗଠନ

ନୂଆପଡ଼ା,(ଶାସକ ପ୍ରଶାସକ) : ନୂଆପଡ଼ା ଜିଲ୍ଲାରେ ଖରିପ ଧାନ ସଂଗ୍ରହରେ ଚାଷୀଙ୍କୁ ମିଲର୍ସଙ୍କ ଶୋଷଣକୁ ବିରୋଧ କରି ଗରିବ ସେନା ସଂଗଠନ ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ଏନେଇ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଉଦ୍ଦେଶ୍ୟରେ  ଜିଲ୍ଲା ଜରୁରୀକାନୂଆପଡ଼ା(ଅମିତ ପୁରୋହିତ) ଳୀନ ଅଧିକାରୀ ସୁରେନ୍ଦ୍ର ସାହୁଙ୍କୁ ୬ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଥିଲେ । 

ସ୍ଥାନୀୟ ପୁରାତନ ଆରଟିଓ ଅଫିସ ସମ୍ମୁଖରେ ଗରିବ ସେନା ସଂଗଠନ ଜିଲ୍ଲା ସଭାପତି ରବି ମଙ୍ଗରାଜଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏକତ୍ରିତ ହୋଇଥିଲେ । ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ ଘେରାଉ କରି ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାର ସମସ୍ତ ମଣ୍ଡିରେ ପେକ୍ସ କର୍ମଚାରୀ ଓ ମହିଳା ସ୍ୱଂୟ ସହାୟକ ଗୋÂି ଧାନ ସଂଗ୍ରହ କରିବା ବଦଳରେ ମିଲର୍ସ ରାଜୁତି ଚଲାଉଛନ୍ତି । ମଣ୍ଡିରେ ମିଲର୍ସ ସିଧାସଲଖ ହସ୍ତକ୍ଷେପ କରି ୩ ରୁ ୬ କେଜି ପର୍ଯ୍ୟନ୍ତ କଟନୀ ଛଟନୀ କରୁଛନ୍ତି । ଏହାକୁ ମଣ୍ଡିରେ ଚାଷୀ ବିରୋଧ କଲେ ତାଙ୍କର ଧାନ ସଂଗ୍ରହ କରୁନାହାନ୍ତି । ସପ୍ତାହ ସପ୍ତାହ ଧରି ମଣ୍ଡିରେ ଧାନ ପଡି ରହୁଥିବାରୁ ଅଚଳାବସ୍ଥା ଜାରି ରହିଛି । ଜିଲ୍ଲାର ପ୍ରାୟ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହିଥିବା ବେଳେ ଚାଷୀ ଶୀତ କାକରରେ ଧାନକୁ ଦିନ ରାତି ଦୟନୀୟ ଭାବେ ଜଗି ରହୁଛନ୍ତି । ମିଲର୍ସ ଓ ବିଭାଗୀୟ ଅଧିକାରୀ ମାନେ ମିଥ୍ୟା ଚାଷୀଙ୍କ ନାଁରେ ପଞ୍ଜୀକରଣ କରି ଫଲ୍ସ ଏଣ୍ଟ୍ରି କରୁଛନ୍ତି । ଏହାକୁ ପରବର୍ତ୍ତି ସମୟରେ ମିଲର୍ସ ବୈଧ ଧାନ ସଂଗ୍ରହ ହୋଇଥିବା ଦର୍ଶାଇଥାନ୍ତି । ଏଭଳି ବର୍ଷ ବର୍ଷ ଧରି ଚାଲି ଆସୁଥିଲେ ବି ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗୀୟଙ୍କ ଲାଭଖୋର ନିତି ଯୋଗୁଁ ଚାଷୀ ପ୍ରତିବର୍ଷ ଶୋଷଣର ଶୀକାର ହେଉଛନ୍ତି । ଏବେ ପେକ୍ସ ଅଧିକାରୀଙ୍କ ଖାମଖିଆଲି ନିତି ଯୋଗୁଁ ଚାଷୀ ଟୋକନ ପାଇବାରୁ ବଂଚିତ  ହୋଇଛନ୍ତି । ଏବେ ଚାଷୀ ଧାନକୁ ବିକ୍ରି କରିନପାରି ଘରେ ଗଦାଇ ରଖିଛନ୍ତି । 

    ଚାଷୀ କେମିତି, କିପରି ଓ କେଉଠି ଧାନ ବିକ୍ରି କରିବେ, ସେହି ଚିନ୍ତାରେ ଘାରି ହେଉଛନ୍ତି । ମିଥ୍ୟା ପଞ୍ଜୀକରଣ କରିଥିବା ଚାଷୀଙ୍କ ନାଁକୁ ଚିହ୍ନଟ କରି ବାଦ ଦେବା ସହ ଟୋକନକୁ ରଦ୍ଧ କରିବା । ଜିଲ୍ଲାର ସମସ୍ତ ମଣ୍ଡିରେ କଟନୀ ଛଟନୀ ତୁରନ୍ତ ବନ୍ଦ କରିବା ସହ କଟନୀ ଛଟନୀରେ ସାମିଲ ବିଭାଗୀୟ ଅଧିକାରୀ ଓ ମିଲର୍ସଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଉ । ଜିଲ୍ଲାର ଅନେକ ମଣ୍ଡି କାର୍ଯ୍ୟକ୍ଷମ ହୋଇନାହିଁ, ତାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା । ଧାନ ସଂଗ୍ରହରେ ପେକ୍ସ ଓ ଆରଏମସି ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱକୁ ସୁନିଶ୍ଚିତ କରିବା । ପଂଜିକରଣ ଓ ଟୋକନରୁ ବଂଚିତ  ଚାଷୀଙ୍କୁ ଧାନ ବିକ୍ରି ପାଇଁ ସୁବିଧା କରିବା ସହ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା । ଜିଲ୍ଲାର ସମସ୍ତ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଇ ମଣ୍ଡିକୁ ସୁରୁଖୁରୁରେ ପରିଚାଳନା କରିବାକୁ ଦାବୀ କରିଥିଲେ । ଏହି ସମସ୍ତ ଦାବୀ ଉପରେ ଜିଲ୍ଲା ପ୍ରଶାସନ ଅଣଦେଖା କଲେ, ଆଗାମୀ ଦିନରେ ଚାଷୀଙ୍କୁ ନେଇ ଜିଲ୍ଲାବ୍ୟାପି ଆନ୍ଦୋଳନ  କରାଯିବ ଓ ଏଥି ପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ସଂଗଠନର ସଭାପତି ଶ୍ରୀ ମଙ୍ଗରାଜ ଚେତାବନୀ ଦେଇଛନ୍ତି । ଚାଷୀ ନାଥୁରାମ ମାଝି, ଗୋବିନ୍ଦ ସାହୁ, ଦେଓଲାଲ ବାଗ, ତରୁଣ ତାଣ୍ଡି, ପିଣ୍ଟୁ ମାଝି, ବଲରାମ ମାଝି, ରାଜେଶ ବାଗ, ରାଜେଶ ଜଗତ, ଭମର ତାଣ୍ଡି, ହରିଶ ମାଝି, କୁଶଲ ବିଭାର, ଖଗେଶ୍ୱର ଦୀପ, ରଂଜନ ସେନାପତି, ପ୍ରେମ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।    

 

Leave A Reply

Your email address will not be published.