ରାଜ୍ୟବାସୀ ଖୋଜୁଛନ୍ତି ନୂଆ ବିକଳ୍ପ :ଓଡ଼ିଶା ପ୍ରଗତି ଦଳ

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ରାଜ୍ୟର ଲୋକେ ଏବେ ନୂଆ ବିକଳ୍ପ ଚାହୁଁଛନ୍ତି ଏବଂ ଓଡ଼ିଶା ପ୍ରଗତି ଦଳ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ନୀତି ଓ ଆଦର୍ଶ କୁ ପାଥେୟ କରି ରାଜ୍ୟ ସ୍ବାର୍ଥ ପାଇଁ ଛିଡ଼ା ହେବ ବୋଲି ଆଜି ଝାରସୁଗୁଡ଼ାର ପ୍ରିନ୍ସ ରେସିଡେନ୍ସି ହୋଟେଲରେ ଓଡ଼ିଶା ପ୍ରଗତି ଦଳ ତରଫରୁ ଆୟୋଜିତ ଏକ କାର୍ଯ୍ୟକାରିଣୀ ବୈଠକ ତଥା ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ଉପସଭାପତି ଗିରିଜା ପ୍ରସାଦ ମହାନ୍ତି ମତବ୍ୟକ୍ତ କରିଛନ୍ତି। 

ଉକ୍ତ ବୈଠକରେ, ଆଗାମୀ ନିର୍ବାଚନରେ ଦଳ ପକ୍ଷରୁ ରାଜ୍ୟର ସ୍ବାସ୍ଥ୍ୟ ସମସ୍ୟା, ପରିବେଶ ପ୍ରଦୂଷଣ, ସ୍ଥାନୀୟ ନିଯୁକ୍ତି ଆଦି କୁ ଆଗାମୀ ନିର୍ବାଚନ ରେ ମୁଖ୍ୟ ବିଷୟ ରଖାଯିବ ନେଇ ଦଳର ଝାରସୁଗୁଡ଼ା  ଜିଲ୍ଲା ସଭାପତି  ଶ୍ରୀ ସଞ୍ଜୟ ଶ୍ରୀ ସାହୁ ଗଣମାଧ୍ୟମକୁ ଜଣାଇଥିଲେ।

ଏହି ସମ୍ମିଳନୀ ରେ ଓଡ଼ିଶା ପ୍ରଗତି ଦଳର ରାଜ୍ୟ ଉପ ସଭାପତି ଶ୍ରୀ ଗିରିଜା ପ୍ରସାଦ ମହାନ୍ତି, ରାଜ୍ୟ ପ୍ରଭାରୀ ଶ୍ରୀ ଦିବ୍ୟ ରଞ୍ଜନ ସ୍ବାଇଁ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୋମନାଥ ମହାନ୍ତି, ରାଜ୍ୟ ସମ୍ପାଦକ ଶ୍ରୀ ଉତ୍କଳ କେଶରୀ ବିଶ୍ଵାଳ, ଢେଙ୍କାନାଳ ଜିଲ୍ଲା ସଭାପତି ଶ୍ରୀ ପ୍ରତାପ ପଣ୍ଡା, ସୁନ୍ଦରଗଡ଼ ଜିଲ୍ଲା ସଭାପତି ଶ୍ରୀ ପ୍ରଫୁଲ୍ଲ ରୋହିଦାସ୍ ଓ ଝାରସୁଗୁଡ଼ା ଜିଲ୍ଲା ସଭାପତି ଶ୍ରୀ ସଞ୍ଜୟ କୁମାର ସାହୁ ମଞ୍ଚାସୀନ ହୋଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ମଞ୍ଚ ପରିଚାଳନା କରିଥିଲେ।

Leave A Reply

Your email address will not be published.