ମହାନଦୀ ଶଯ୍ୟା ପୋତା ପ୍ରସଙ୍ଗ : ପ୍ରଭାବ ଆକଳନ ପାଇଁ କମିଟି ଗଠନ କଲେ ଏନଜିଟି 

0

ନୂଆଦିଲ୍ଲୀ : କଟକସ୍ଥିତ ବାଲିଯାତ୍ରା ପଡ଼ିଆ ହାଡ଼ିଆପଠା ପ୍ରଭୃତି ଅଞ୍ଚଳର ମହାନଦୀ ଶଯ୍ୟାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୋତାଯିବା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି  ଏନ୍.ଜି.ଟି (ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ)। ପୂର୍ବରୁ ସରକାରଙ୍କ ପକ୍ଷରୁ ଜାତୋ ରହିଥିବା ନଦୀ ଶଯ୍ୟା ପୋତା କାର୍ଯ୍ୟ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶରେ ସ୍ଥଗିତ ରହିଥିବା ବେଳେ ଏବେ ଏହାର ପ୍ରଭାବ ଆକଳନ କରିବା ଏକ କମିଟି ଗଠନ କରିବା ପାଇଁ ଏନ୍.ଜି.ଟି ଅଧ୍ୟକ୍ଷ ଜଷ୍ଟିଶ୍ ଆଦର୍ଶ ଗୋୟେଲଙ୍କ  ଅଧ୍ୟକ୍ଷତାରେ ଗଠିତ ଚାରିଜଣିଆ ଖଣ୍ଡପୀଠ ଦେଇଛନ୍ତି ନିର୍ଦ୍ଦେଶ । ମହାନଦୀ ଶଯ୍ୟା ପୋତାଯିବା ଦ୍ୱାରା ମହାନଦୀ କିପରି କ୍ଷତିଗ୍ରସ୍ତ  ହେବ ବା ନହେବ, ଏଭଳି ପୋତିବା ଦ୍ୱାରା ଆଉ କଣ କୁପ୍ରଭାବ ପଡିବ ତାହାର ସାମଗ୍ରିକ ଅନୁଧ୍ୟାନ କରି ଏକ ପାଞ୍ଚଜଣିଆ କମିଟି ଗଠନ କରିଛନ୍ତି ଏନ୍.ଜି.ଟି. । ଏହି କମିଟି ତାହାର ସବିଶେଷ ଅନୁଧ୍ୟାନ ରିପୋର୍ଟ ଚାରିମାସ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି  । ୫ଜଣିଆ କମିଟିରେ ସେଣ୍ଟ୍ରାଲ୍ ୱାଟର କମିଶନ (ସି.ଡବ୍ଲୁ୍ୟ.ସି), କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମ୍.ଓ.ଇ.ଏଫ୍. ଏଣ୍ଡ୍ ସି), ନ୍ୟାସନାଲ୍ ଇନଷ୍ଟିଟ୍ୟୁଟ ଅଫ୍ ହାଇଡ୍ରୋ  ପ୍ରୋଜେକ୍ଟ (ଏନ୍.ଆଇ.ଏଚ୍) କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ (ସି.ପି.ସି.ବି ଏବଂ ଏସ୍.ପି.ସି.ବି) ସଦସ୍ୟମାନେ ସଭ୍ୟ ରହିବା ପାଇଁ ଏନ୍.ଜି.ଟି ନିଜ ନିର୍ଦ୍ଦେଶରେ ଦର୍ଶାଇଛନ୍ତି  ।

 

Leave A Reply

Your email address will not be published.