ଏକବିଂଶ ଶତାବ୍ଦୀରେ ମଧ୍ୟ ବଦଳି ନାହିଁ ମାନସିକତା। 

0

ନାବାଳିକାମାନଙ୍କୁ ଜାତିଆଣ ଆକ୍ଷେପ ଅଭିଯୋଗ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଏକ ପକ୍ଷରେ ନିଜକୁ ଏକବିଂଶ ଶତାବ୍ଦୀର ବୋଲି କହି ଗର୍ବ ଅନୁଭବ କରିବେ, ଆଧୁନିକ ବୋଲି ନିଜକୁ ପରିଚିତ କରାଇବେ, ପାଶ୍ଚାତ୍ୟ ଦେଶର ଲୋକଙ୍କ ସହ ନିଜକୁ ତୁଳନା କରିବେ,ତଥାକଥିତ ବିକାଶର ଡିଣ୍ଡିମ ପିଟିବେ ମାତ୍ର ଅନ୍ୟପକ୍ଷରେ ଋଢି଼ବାଦୀ ମାନସିକତାକୁ ଜାବୁଡ଼ି ରଖିବେ। ଜାତିପ୍ରଥାକୁ ଛାଡ଼ିବେ ନାହିଁ। ଏହିପରି ଏକ ଘଟଣାର ପ୍ରମାଣ ମିଳିଛି, ଝାରସୁଗୁଡ଼ା ଜିଲ୍ଲାର ବନହରପାଲି ଥାନା ଅନ୍ତର୍ଗତ ସାହାଜବାହାଲ ଗ୍ରାମରେ। ନଳକୂପକୁ ପାଣି ଆଣି ଯାଇଥିବା ନାବାଳିକାମାନଙ୍କୁ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ଆସିଛି ଏହି ଗ୍ରାମରେ। 

ସୂଚନାନୁସାରେ, ଗ୍ରାମର ତିନି ଜଣ ନାବାଳିକା ନଳକୂପକୁ ପାଣି ଆଣିବାକୁ ଯାଇଥିବା ବେଳେ ଗ୍ରାମର ଜନୈକ ଯୁବକ ଅଭିମନ୍ୟୁ ବଗାର ସେମାନଙ୍କୁ ଜାତିଆଣ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହା ବ୍ୟତୀତ ସେ ସେମାନଙ୍କ ପାଣିକୁ ମଧ୍ୟ ଢାଳି ଦେଇଥିବା ଅଭିଯୋଗ ଆସିଛି। ଏହାକୁ ନେଇ ବନହରପାଲି ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.