ସରକାରୀ ସହାୟତାରୁ ବଞ୍ଚିତ ଜନ୍ମରୁ ଦିବ୍ୟାଙ୍ଗ ରଞ୍ଜୁ, “ମୋ ସରକାର ଟିକେ” ବୁଝିବେ କି !!!!

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ପୌରାଞ୍ଚଳ ଅନ୍ତର୍ଗତ ଯୋରାବଗା ଗ୍ରାମର ରଞ୍ଜୁ ନାୟକ। ଜନ୍ମରୁ ଠିକ୍ ଭାବରେ ଚଲାବୁଲା କରି ପାରନ୍ତି ନାହିଁ। ୧୭ ବର୍ଷର ରଞ୍ଜୁ ଦିବ୍ୟାଙ୍ଗ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳି ନାହିଁ। ଫଳରେ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ କୌଣସି ସୁବିଧା ସୁଯୋଗ ତାଙ୍କୁ ମିଳି ପାରୁନାହିଁ। ଅର୍ଥାଭାବରୁ ତାଙ୍କର ଚିକିତ୍ସା କରାଇବାରେ ଅସମର୍ଥ ତାଙ୍କ ମାଆ। ପ୍ରମାଣପତ୍ର ପାଇବା ପାଇଁ ବା ସରକାରୀ ସହାୟତା ପାଇବା ପାଇଁ କ’ଣ ଉପାୟ କରିବାକୁ ହେବ, ଏହା ମଧ୍ୟ ସେମାନଙ୍କୁ ଠିକ୍ ଭାବରେ ଜଣା ନାହିଁ। ଏହି ଅସୁବିଧା ସମୟରେ ଏକ ତିନିଚକିଆ ସାଇକେଲ ତାଙ୍କର ଗତାଗତ ପାଇଁ ନିହାତି ଆବଶ୍ୟକ। 

ସ୍ଥାନୀୟ ସରପଞ୍ଚ,ୱାର୍ଡମେମ୍ବର ଓ ବ୍ଲକ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଲେ ରଞ୍ଜୁଙ୍କ ସମସ୍ୟା କିଛି ଅଂଶରେ ଦୂର ହୋଇପାରିବ ବୋଲି ସହାନୁଭୂତି ପ୍ରକଟ କରି କହନ୍ତି ସ୍ଥାନୀୟ ଲୋକେ।

Leave A Reply

Your email address will not be published.