ତ୍ରୀବଣପୁର ଧାନମଣ୍ଡିକୁ ଆସୁନାହାଁନ୍ତି ଚାଷୀ ।

0

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡର ତ୍ରୀବଣପୁର ସମବାୟ ସମିତିରେ ୮୪୨ ଚାଷୀ ପଞ୍ଜୀକରଣ କରିଥିଲେ ମଧ୍ଯ ବର୍ତ୍ତମାନ ପର୍ଯ୍ୟନ୍ତ ୫ଜଣ ଚାଷୀ ଧାନ ବିକ୍ରୀ କରିଥିବା ଜାଣିବାକୁ ମିଳିଛି। ସରକାର ଚାଷୀଙ୍କ ଧାନ ବିକ୍ରୀ କରିବା ପାଇଁ ଧାନ ମଣ୍ଡି ଖୋଲିଥିଲେ ମଧ୍ଯ ମଣ୍ଡି ମାନଙ୍କରେ ତାର ବିପରୀତ ସ୍ଥତି ଦେଖିବାକୁ ମିଳୁଛି। ଗତବର୍ଷ ତ୍ରୀବଣପୁର ଧାନମଣ୍ଡିରେ ଚାଷୀଙ୍କ ଧାନ ବହୁ ପରିମାଣରେ କଟନି ଛଟନି ହୋଇଥିବା ଫଳରେ ଏବର୍ଷ ଚାଷୀ କଟନିଛଟନି ଡରରେ ବର୍ତ୍ତମାନ ପର୍ଯ୍ୟନ୍ତ ଧାନମଣ୍ଡିକୁ  ଆସୁନଥିବା ଚାଷୀ କହିଛନ୍ତି। ଧାନ ବିନା କଟନିଛଟନିରେ ଶୀଘ୍ର ବିକ୍ରୀ କରାଯିବାକୁ  ସାଧାରଣରେ ଚାଷୀ ଦାବୀ କରୁଛନ୍ତି। ଆଜି ତ୍ରୀବଣପୁର ଧାନମଣ୍ଡିକୁ ଜଣେ ହେଲେ ଚାଷୀ ଧାନ ବିକ୍ରୀ କରିବାକୁ ଆସିନଥିବା ଜାଣିବାକୁ ମିଳିଛି।

Leave A Reply

Your email address will not be published.