ଭଞ୍ଜନଗର ( ନିଲୁ ବିଷୋୟୀ ) – ଉତ୍ତର ଘୁମୁସର ବନଖଣ୍ଡ ଅଧିନ ତଥା ବନ ସୁରକ୍ଷା ସମିତି ଅଧୀନରେ ଚାଲୁଥିବା ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ଅନ୍ତର୍ଗତ ଯୋଗୀମାରି ବନ ସୁରକ୍ଷା ସମିତିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ର ନିୟମ ଅନୁଯାୟୀ କାଯ୍ୟ କାରିଣୀ କମିଟି ଗଠନର ୩ୟ ବର୍ଷ ପରେ କାଯ୍ୟକାଳ ଶେଷ ହୋଇଥିବାରୁ ଏହାର ପୁର୍ନର ଗଠନ ଓ ଚୟନ ପ୍ରକ୍ରିୟା ନିମନ୍ତେ ଉକ୍ତ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବନ ସୁରକ୍ଷା ସମିତିର ବାର୍ଷିକ ସମୀକ୍ଷା କରାଯିବା ସହ ବନ ସୁରକ୍ଷା ସମିତି ନିମନ୍ତେ ଆଗାମୀ ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ବୈଠକରେ ବନପାଳ ବଂଶୀଧର ବିଷୋୟୀ ଙ୍କ ସମେତ ବନ ସୁରକ୍ଷା ସମିତିର ସମସ୍ତ କର୍ମକର୍ତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.
Prev Post