ଝାରସୁଗୁଡ଼ା :(ସୁଭାଷ ସହାରେ) -ହୀରାକୁଦ ନଦୀବନ୍ଧ ନିର୍ମାଣ ବେଳେ ବାସ୍ତୁହରା ହୋଇଥିଲେ ଉଣେଇଶ ମୌଜାର ତିଲିଗି ଗ୍ରାମର ଲୋକେ। ନିଜର ଘରଦ୍ବାର ଓ ମନ୍ଦିର ହରାଇଥିଲେ। ଉଦବାସ୍ତୁ ହେବା ପରେ ନୂତନ ସ୍ଥାନରେ ଅବସ୍ଥାପିତ ହୋଇଥିଲେ। ସେହି ସମୟରେ ଜଗନ୍ନାଥଙ୍କ ପ୍ରତି ସେମାନଙ୍କ ଆସ୍ଥା ହରାଇ ନ ଥିଲେ। ନିଜ ଗ୍ରାମରେ ତିଆରି କରିଥିଲେ ଏକ ମନ୍ଦିର। ମାତ୍ର ବର୍ଷ ବର୍ଷ ଧରି ଏହାର ସୌନ୍ଦର୍ଯ୍ୟକରଣ କରାଯାଇ ପାରି ନଥିଲା। ଶେଷରେ ବହୁ ବର୍ଷର ଆକାଂକ୍ଷାକୁ ପୂରଣ କରିବାରେ ସହଯୋଗ କରିଛନ୍ତି ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି। ଏଥିପାଇଁ ସେ ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ଆଜି ଏଥିପାଇଁ ଶୁଭ ମଧ୍ୟ ଦେଇଛନ୍ତି ବିଧାୟକ। ଏହି ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ପାଞ୍ଚ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଅବସରରେ ଜିଲ୍ଲା ବିଜେଡି ଉପସଭାପତି ବିଶ୍ବନାଥ ନାଏକ, ଚାରପାଲି ସରପଞ୍ଚ ପ୍ରଦୀପ ବିଶ୍ବାଳ,ବ୍ଲକ ବିଜେଡି ସଭାପତି ରବିରତ୍ନ ପ୍ରଧାନ, ବ୍ଲକ ବିଜେଡି ଯୁବ ସଭାପତି ନରେଶ ଖମାରୀ, ବ୍ଲକ ବିଜେଡି ଛାତ୍ର ସଭାପତି ଝସକେତନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.