ଭାରତ ରତ୍ନ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ କବିତା ଆସର 

0

ଝାରସୁଗୁଡ଼ା :(ସୁଭାଷ ସହାରେ) ଝାରସୁଗୁଡା: ସ୍ଥାନୀୟ ପୂର୍ଣ୍ଣା ଅନ୍ତର୍ଗତ କୁମୁଡା ପାଲି ଗ୍ରାମ ଠାରେ ମା ବୈଷ୍ଣ ଦେବୀ ମନ୍ଦିର ପରିସରରେ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ  ଆନୁକୂଲ୍ୟରେ ରାସ ପୂର୍ଣ୍ଣିମା ଅବସରରେ ଶୀତକାଳୀନ ଅଧିବେଶନର ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଆସରକୁ ପରିଷଦର ସାଧାରଣ ସଂପାଦକ କବି ନିକୁଞ୍ଜ ବିହାରୀ ମିଶ୍ରଙ୍କ ସଂଯୋଜନାରେ କମିଟିର ଅଧ୍ୟକ୍ଷ କବି ଅନନ୍ତରାମ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେଏହି କାର୍ଯ୍ୟକ୍ରମ ରେ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦର ପ୍ରତିଷ୍ଠାତା  ବିବେକା ନନ୍ଦ ମିଶ୍ର , ଉପସଭାନେତ୍ରୀ ପ୍ରଣତି  ପଟ୍ଟ ନାୟକ,ସହ ସଚିବ ଲକ୍ଷ୍ମୀ ପ୍ରିୟା ପଣ୍ଡା, କୋର କମିଟି ସଂଯୋଜିକା ମାନସୀ ପଣ୍ଡା,  ସହ ସଂଯୋଜିକା କବୟତ୍ରୀ ରାଜଶ୍ରୀ ମେହେର, ସଭ୍ୟା,ପଙ୍କଜିନୀ ରାଉତ, ଅହଲ୍ୟା ନାଏକ,ଶାନ୍ତି ଲତା ମିଶ୍ର ଯୋଗଦେଇ ସ୍ବରଚିତ କବିତା ପାଠ କରିଥିବା ବେଳେ  ବିବେକାନନ୍ଦ ମିଶ୍ର ହାସ୍ୟ କବିତା ମାଧ୍ୟମରେ ଉପସ୍ଥିତ ଶ୍ରୋତା ମାନଙ୍କୁ ହସାଇ ଥିଲେ। ଛୋଟ ଛୋଟ ପିଲାଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦା କିଶୋର ପଟେଲ, ଅଲେଖ ଭଇଁସା, ଚେତନା ପାତ୍ର, ସଂଯୁକ୍ତା ଭଇଁସା ତଥା ସ୍ଥାନୀୟ ବାସିନ୍ଦା ଯୋଗ ଦେଇ ଥିବା ବେଳେ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ  କରିଥିଲେ।

Leave A Reply

Your email address will not be published.