ସାମୁହିକ ସୁନ୍ନତ କାର୍ଯ୍ୟକ୍ରମ କରାଇଲେ ସମାଜସେବୀ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ମଙ୍ଗଲବଜାରର ପପୁ କ୍ୟୁରେସୀ। କେବଳ ମୁସଲିମ ସଂପ୍ରଦାୟ ନୁହେଁ, ଜାତି ଓ ଧର୍ମ ନିର୍ବିଶେଷରେ ସମସ୍ତଙ୍କ ସହାୟତା ପାଇଁ ହାତ ବଢ଼ାଉଥିବା ଜଣେ ବ୍ୟକ୍ତିତ୍ବ। ଯେ କୌଣସି ସାମାଜିକ କାର୍ଯ୍ୟକ୍ରମ ହେଉ କି ଦୁର୍ବିପାକର ସମୟ, ପପୁ କ୍ୟୁରେସୀ ଛିଡ଼ା ହେବା ସମସ୍ତେ ଜାଣନ୍ତି। 

ନିକଟରେ ମୁସଲିମ ସଂପ୍ରଦାୟର ପୁଅ ପିଲାଙ୍କ ସାମୂହିକ ସୁନ୍ନତ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ଭାବରେ ନିଜ ଖର୍ଚ୍ଚରେ କରାଇ ପ୍ରଶଂସାର ପାତ୍ର ହୋଇଛନ୍ତି କ୍ୟୁରେସୀ। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା, ବ୍ରଜରାଜନଗର, ବେଲପାହାଡ଼ ଓ ଆଖପାଖର ପ୍ରାୟ ୩୮ଟି ପିଲାଙ୍କ ସୁନ୍ନତ କରାଇବାର ଦାୟୀତ୍ୱ ନେଇଥିଲେ। ଭୋଜିଭାତଠାରୁ ଆରମ୍ଭ କରି କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ବହନ କରିଥିଲେ ପପୁ କ୍ୟୁରେସୀ। ଠିକ୍ ସେହିପରି ଗତ ବର୍ଷ ମଧ୍ୟ ୫୮  ଜଣ ପିଲାଙ୍କ ସୁନ୍ନତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ କ୍ୟୁରେସୀ। 

ଆଗକୁ ଝାରସୁଗୁଡ଼ା ଜିଲ୍ଲାର ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ୫ ଜଣଙ୍କର ବିବାହ ଖର୍ଚ୍ଚ ସଂପୂର୍ଣ୍ଣ ଭାବରେ ତୁଲାଇବେ ବୋଲି ସେ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପ୍ରତ୍ୟେକ ବିବାହ ପାଇଁ ୫୦ ଜଣ ଲୋକଙ୍କ ଖାଇବା ପିଇବାର ଦାୟୀତ୍ୱ ସେ ନେବାକୁ ଯୋଜନା ରଖିଛନ୍ତି ବୋଲି କହିଛନ୍ତି। ଏହାଦ୍ୱାରା ଅନେକ ଗରିବ ପରିବାର ଉପକୃତ ହୋଇ ପାରିବେ ନିଶ୍ଚୟ।

Leave A Reply

Your email address will not be published.