ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0

ବାରିପଦା(ଦିଲ୍ଲୀପ ମହାନ୍ତି)- ସ୍ଥାନୀୟ ଶ୍ରୀରାମଚନ୍ଦ୍ର ପାଠାଗାର(ଜୁବଲୀ ଲାଇବ୍ରେରୀ) ପରିସରରେ ଜୟନ୍ତ କୁମାର ପାଲଙ୍କ ଅଧ୍ୟକ୍ଷତାରେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲାଇବ୍ରେରୀର ସାଧାରଣ ସମ୍ପାଦକ ବସନ୍ତ କୁମାର ମହାନ୍ତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହାପରେ  ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ଜୟନ୍ତୀ ପାଳନକୁ ନେଇ ଆରମ୍ଭ ହୋଇଥିବା ଆଲୋଚନାରେ ବିଜୟ କୁମାର ପଟ୍ଟନାୟକ, ରଞ୍ଜନ ବେନାର୍ଜୀ, ଆଶିଷ କୁମାର ମହାନ୍ତି, ଅମୀୟ କୁମାର ସାହୁ, ସରୋଜ କୁମାର ମାଇତି, ବଳଦେବ ଶତପଥୀ, ସତ୍ୟବ୍ରତ ବେହେରା, ପ୍ରଦୀପ କୁମାର ଲେଙ୍କା, ଶୁଭ୍ରାଂଶୁ ଶେଖର ପାତ୍ର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ମତପୋଷଣ କରିଥିଲେ ଏବଂ ଆସନ୍ତା ଡ଼ିସେମ୍ବର ୧୭ ଗୁରୁବାର ସକାଳ ସାଢେ଼ ୬ ସମୟରେ ଶ୍ରୀରାମଚନ୍ଦ୍ର ପାଠାଗାର(ଜୁବଲୀ ଲାଇବ୍ରେରୀ) ସଭାଗୃହରେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗୃହୀତ ହୋଇଛି । 

ଶେଷରେ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । 

 

Leave A Reply

Your email address will not be published.