ଭଞ୍ଜନଗର ( ନିଲୁ ବିଷୋୟୀ ) – ଭଞ୍ଜନଗର ଓକିଲ ସଂଘର ବିଭିନ୍ନ ପଦପଦବୀ ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସକାଳ ୮ଟାରୁ ଅପରାହ୍ନ ୪ଟା ଯାଇ ମତଦାନ ଜାରିରହିଥିଲା। ଆଇନଜୀବୀ ଦଣ୍ଡପାଣି ସ୍ୱାଇଁ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ପୂର୍ବରୁ ସମ୍ପାଦକ ପଦରେ ଅପ୍ରତିଦ୍ୱନ୍ଦୀ ଥିବା ଅକ୍ଷୟ କୁମାର ସାହୁଙ୍କ ନାମକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ଉପସଭାପତି ଭାବେ ମଣି ଦୀକ୍ଷିତ , ଯୁଗ୍ମ ସମ୍ପାଦକ ଭାବେ ବଳରାମ ମହାପାତ୍ର ,କୋଷାଦକ୍ଷ ସୁନନ୍ଦ ତିଆଡି ଓ କାଯ୍ୟକାରୀ ସଦସ୍ୟ ଭାବେ ସନ୍ତୋଷ ତିଆଡ଼ି, ସୁଧାଂଶୁବାଳା ପଟ୍ଟନାୟକ ଏବଂ ଅଶୋକ କୁମାର ଗୌଡ଼ଙ୍କ ନାମ ଘୋଷଣା କରାଯାଇଥିଲା। ନିର୍ବାଚନ ଅଧିକାରୀ ଭାବେ ରମେଶ ଚନ୍ଦ୍ର ପଣ୍ଡା ନିର୍ବାଚନ ପରିଚାଳନା କରିଥିବାବେଳେ ଲଡୁ କିଶୋର ଆଳତିଆ ଓ ତ୍ରିନାଥ ମଲ୍ଲିକ ପ୍ରମୁଖ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ। ଚଳିତ ବର୍ଷ ବିଭିନ୍ନ ପଦପଦବୀରେ ମୋଟ ୧୧ଜଣ ପାର୍ଥି ପ୍ରତିଦ୍ବନ୍ଦିତା କରୁଥିଲେ
Sign in
Sign in
Recover your password.
A password will be e-mailed to you.
Prev Post