ମାଲକାନଗିରି ଜିଲ୍ଲା ବାର ଆସୋସିଏସନ : ଦୁର୍ଗା ପ୍ରସାଦ ସଭାପତି, ଲମ୍ବୋଦର ସମ୍ପାଦକ

0

ମାଲକାନଗିରି (ବି ଶ୍ରୀନିବାସ ପାତ୍ର): ମାଲକାନଗିରି ଜିଲ୍ଲା ବାର ଆସୋସିଏସନ ନିର୍ବାଚନର ଫଳାଫଳ ବାହାରିଛି |  ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀ ୪୮  ଖଣ୍ଡଭୋଟ ପାଇ ବାର ଆସୋସିଏସନ ର ସଭାପତି ଓ  ୪୮ ଭୋଟ ପାଇ ଶ୍ରୀ ଲମ୍ବୋଦର ତୁରୁକ ଲଗାତର ପଞ୍ଚମ ଥର ପାଇଁ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି l ପୂର୍ବରୁ ଦୁଇ ଥର ସଭାପତି  ନିର୍ବାଚିତ ହୋଇଥିବା ଶ୍ରୀ ନୃସିଂହ ଚରଣ ମହାନ୍ତି ଅଳ୍ପ କିଛି ଭୋଟରେ ପରାସ୍ତ ହୋଇଛନ୍ତି l

ତେବେ ବିଗତ ୨୪  ଓ ୨୫  ତାରିଖରେ ସମସ୍ତ ପାର୍ଥୀ ନିଜ ନିଜ ନାମାଙ୍କନ ପତ୍ର  ଦାଖଲ କରିଥିଲେ l ଦାଖଲ ପରେ ଗତ ୨୮  ନଭେମ୍ବର ୨୦୨୦  ରେ ଚୂଡାନ୍ତ ପାର୍ଥୀ ମାନଙ୍କ ନାମ ଘୋଷଣା କରାଯାଇଥିଲା l ଅନ୍ୟ ପକ୍ଷରେ ଉପସଭାପତି ପଦ ପାଇଁ  ଶ୍ରୀ ହୃଷିକେଶ ପଣ୍ଡା, ଯୁଗ୍ମ ସମ୍ପାଦକ  ପାଇଁ ଜୋସେଫ ଜେମସ ଓ  କୋଷାଧକ୍ଷ ପାଇଁ ଶ୍ରୀ ଚିନ୍ମୟୀ ରାୟଙ୍କୁ  ଅନ କନଟେଷ୍ଟ ପାର୍ଥୀ ରୂପରେ  ବିଜୟୀ ଘୋଷଣା କରାଯାଇ ଥିଲା | ସୂଚନାଯୋଗ୍ୟ ଯେ ସଭାପତି ପଦ ପାଇଁ  ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀ, ଶ୍ରୀ ନୃସିଂହଚରଣ ମହାନ୍ତି ଏବଂ ଶ୍ରୀ ରଥିକୃଷ୍ଣ ପାତ୍ର  ପ୍ରାର୍ଥୀ  ହୋଇଥିବା ବେଳେ  ସମ୍ପାଦକ ପଦ ପାଇଁ  ପାଇଁ ଶ୍ରୀ ଲମ୍ବୋଦର ତୂରୁକ  ଏବଂ ଶ୍ରୀ ବିଜୁ ସରକାର  ପ୍ରାର୍ଥୀ ଥିଲେ l  

ତେବେ ଶେଷରେ ଜିଲ୍ଲାରେ କୋଭିଡ ଗାଇଡ଼ ଲାଇନକୁ ମାନି ଜିଲ୍ଲା ଏସ ଡି ଜେ ଏମ କୋର୍ଟରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ହୋଇଥିଲା l ଏହି ନିର୍ବାଚନ ସୁଚାରୁରୂପେ ପରିଚାଳନା ନିମନ୍ତେ ବରିଷ୍ଠ ଓକିଲ ଶ୍ରୀ ବିଜୟ କୁମାର ମହାନ୍ତି ଏବଂ ଶ୍ରୀ ଅଶୋକ ନାୟକଙ୍କୁ ଦାୟିତ୍ୱ ଦିଆଯାଇଥିଲା

Leave A Reply

Your email address will not be published.