“ଅନୁଭବରେ ବିଶାଳ ଆମେରିକା’ ଲୋକାର୍ପିତ

0

ଓଡ଼ିଆ ଭ୍ରମଣ ସାହିତ୍ୟର ପରମ୍ପରା ଅତ୍ୟନ୍ତ ସମୃଦ୍ଧ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟରେ ଭ୍ରମଣ ସାହିତ୍ୟ ପରମ୍ପରା ସମୃଦ୍ଧ ଗୌରବର ଅଧିକାରୀା ଦେଶ, ରାଜ୍ୟ ଓ ବିଦେଶକୁ ନେଇ ରଚିତ ରାଶି ରାଶି ଭ୍ରମଣ ବୃତ୍ତାନ୍ତ ପାଠକମାନଙ୍କୁ ଆଚ୍ଛନ୍ନ କରିବସିଛିା ଭ୍ରମଣକାରୀର ମାନସିକତା, ଆଗ୍ରହ ଓ ରୁଚିକୁ ନେଇ ଭ୍ରମଣ ବୃତ୍ତାନ୍ତ ବିକଶିତ ହୋଇଥାଏା ସେଥିପାଇଁ ଭ୍ରମଣ ସାହିତ୍ୟର ପାଠକ ମହଲରେ ଆଦୃତି ରହିଛି ବୋଲି ବକ୍ତାମାନେ “ଅନୁଭବରେ ବିଶାଳ ଆମେରିକା’ ଭ୍ରମଣ ଗ୍ରନ୍ଥର ଲୋକାର୍ପଣ କାର୍ଯ୍ୟକ୍ରମରେ ମତପ୍ରଦାନ କରିଛନ୍ତିା

ଆୟକର ଆୟୁକ୍ତ ତଥା ସ୍ତମ୍ଭକାର ମନୋରଞ୍ଜନ ପାଣିଗ୍ରାହୀଙ୍କ ଚତୁର୍ଥ ପୁସ୍ତକ “ଅନୁଭବରେ ବିଶାଳ ଆମେରିକା’ ପୁସ୍ତକର ଲୋକାର୍ପଣ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ରାଜସ୍ୱ ବିଭାଗ ସ୍ଥିତ ଆୟକର ଭବନ ସମ୍ମିଳନୀ କକ୍ଷରେ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛିା ପ୍ରାକ୍ତନ ସାଂସଦ ତଥା ପ୍ରସିଦ୍ଧ ସାହିତି୍ୟକ ଡ. ପ୍ରସନ୍ନ ପାଟ୍ଟଶାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଯୋଗଦେଇ କହିଛନ୍ତି ଯେ ବହୁଲୋକ ଦେଶ ଭ୍ରମଣ କରନ୍ତି | ମାତ୍ର ଭ୍ରମଣ ଅନୁଭବ ବ୍ୟକ୍ତ କରିପାରନ୍ତି ନାହିାଁ ଲେଖକ ଶ୍ରୀ ପାଣିଗ୍ରାହୀଙ୍କ ପୁସ୍ତକରେ ଭାରତୀୟତା ଓ ମାଟିର ଗନ୍ଧ ବାରି ହେଉଥିବାରୁ ଏହି ପୁସ୍ତକ ଆଦୃତ ହେବ ବୋଲି ସେ ଆଶାପ୍ରକଟ କରିଥିଲୋ | ପୂର୍ବତନ ମନ୍ତ୍ରୀ ତଥା ଆଲୋଚକ ପ୍ରସାଦ ହରିଚନ୍ଦନ କହିଥିଲେ ଯେ ମାନବଜାତିର ଅତୀତ ଅନୁଧ୍ୟାନ ପାଇଁ ଭାରତ ଓ ଚୀନ୍, ବର୍ତ୍ତମାନ ପାଇଁ ବ୍ରିଟେନ୍ ଓ ଭବିଷ୍ୟତ ଆକଳନ ପାଇଁ ଆମେରିକା ଭ୍ରମଣ ଆବଶ୍ୟକ ବୋଲି ଆଗରୁ ରହିଥିବା ମନ୍ତବ୍ୟ ଶ୍ରୀ ପାଣିଗ୍ରାହୀଙ୍କ ଗ୍ରନ୍ଥରେ ସଦୃଷ୍ଟାନ୍ତ ପ୍ରତିଫଳିତ ହୋଇଛିା କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟା ବୋର୍ଡର ଆବାହକ ତଥା ସମାଲୋଚକ ଡ. ବିଜୟାନନ୍ଦ ସିଂହ ଏହି ପୁସ୍ତକରେ ରହିଥିବା ବିଶେଷତ୍ୱଗୁଡ଼ିକ ଉପରେ ଉଲ୍ଲେଖ କରିଥିବା ବେଳେ ବିଶିଷ୍ଟ ଗବେଷିକା ପ୍ରଫେସର ଡ. ସଂଘମିତ୍ରା ମିଶ୍ର ଶ୍ରୀ ପାଣିଗ୍ରାହୀଙ୍କ ତଥ୍ୟ ପ୍ରଦାନ, ଆକଳନ ଓ ପ୍ରବାସୀ ଅନୁଭବର ଚିତ୍ର ଏହି ପୁସ୍ତକରେ ରୂପାୟିତ ହୋଇଛି ବୋଲି ଉଲ୍ଲେଖ କରିଥିଲୋ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର ପୁସ୍ତକର ସମୀକ୍ଷା କରି “ନନ୍ଫିକସନ୍’ ଭାବରେ ଏହି ପୁସ୍ତକ ପାଠକ ମହଲରେ ଆଦୃତ ହେବ ଏବଂ ଏହାର ସ୍ୱାତନ୍ତ୍ର୍ୟଗୁଡ଼ିକ ଲେଖକଙ୍କ ଦ୍ୱାରା ସୁରକ୍ଷିତ ରଖାଯାଇଛି ବୋଲି ମତ ରଖିଥିଲେ |

ସୃଜନ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ଲୋକାର୍ପଣ କାର୍ଯ୍ୟକ୍ରମରେ ସିନେ ସମାଲୋଚକ ସୂର୍ଯ୍ୟ ଦେଓ ସଂଯୋଜନା କରିଥିଲୋ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲାା ଲେଖକଙ୍କ ପତ୍ନୀ  ଡା. ସଂଘମିତ୍ରା ପତିଙ୍କ ଜନ୍ମଦିନ ଅବସରରେ ଏହି ପୁସ୍ତକ ଲୋକାର୍ପିତ ହେଉଥିବାରୁ ଅତିଥିମାନେ ସନ୍ତୋଷ ବ୍ୟକ୍ତ କରିଥିଲୋ ଲେଖକ ଶ୍ରୀ ପାଣିଗ୍ରାହୀ ତାଙ୍କ ଅନୁଭବ ଓ ଲେଖକୀୟ ସମ୍ଭାବନାକୁ ନେଇ ନିଜସ୍ୱ ମନ୍ତବ୍ୟ ଉପସ୍ଥାପନ କରିଥିଲୋ

Leave A Reply

Your email address will not be published.