ବିବାହ ନିମନ୍ତ୍ରଣ ପତ୍ର ସହ ବୃକ୍ଷ ଚାରା। 

0

ଭିନ୍ନ ଭାବରେ ବିବାହକୁ ସ୍ମରଣୀୟ କଲେ ଅରବିନ୍ଦ ଓ ସିଲୁ  ।

  • ସମ୍ବଲପୁରୀ ପୋଷାକର ପ୍ରୋତ୍ସାହନ ନିମନ୍ତେ ପିନ୍ଧିଲେ ସମ୍ବଲପୁରୀ ବିବାହ ବସ୍ତ୍ର। 

  • ବିବାହୋତ୍ସବ ଦିନ ରକ୍ତଦାନ କଲେ ବର। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ସହରର ସରବାହାଲ ବାସିନ୍ଦା ଶ୍ରୀ ଫକୀର ମୋହନ ବାରିକଙ୍କ ପୁଅ ଅରବିନ୍ଦ ବାରିକ ତଥା ବନହରପାଲି ନିବାସୀ ଶ୍ରୀବତ୍ସ ପ୍ରଧାନ ଓ ଶ୍ରୀମତୀ ସନ୍ତୋଷିନୀ ପ୍ରଧାନଙ୍କ କନ୍ୟା ସିଲୁ ପ୍ରଧାନଙ୍କ ବିବାହ ବର୍ତ୍ତମାନ ଚର୍ଚ୍ଚାରେ। କୋରୋନା କଟକଣା ମଧ୍ୟରେ କମ ନିମନ୍ତ୍ରିତ ଅତିଥିଙ୍କ ଗହଣରେ ବିବାହ କରିଥିବା ଏହି ନବ ଦମ୍ପତ୍ତି ସମାଜକୁ ଏକ ଭିନ୍ନ ଧରଣରେ ବିବାହ କରିବାକୁ ପ୍ରେରଣା ଦେଇଛନ୍ତି। 

ବେଦାନ୍ତର କେପକୋ କେପିଏସ ୟୁନିଟରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ଅରବିନ୍ଦ ବିବାହ ପାଇଁ ନିମନ୍ତ୍ରଣ ପତ୍ରରେ ଏକ ବୃକ୍ଷ ଚାରା ପଠାଇଥିଲେ ନିମନ୍ତ୍ରିତ ଅତିଥିମାନଙ୍କୁ। ବିବାହ କାର୍ଡମାନଙ୍କୁ ପଢ଼ି ଫିଙ୍ଗି ଦେଉଥିବା ଯୋଗୁଁ ଏହାର ଅନାବଶ୍ୟକତାକୁ ଦୃଷ୍ଟିରେ ରଖି ସେ କାର୍ଡର ଆକାର ଅତି ଛୋଟ କରିଥିଲେ। ବୃକ୍ଷରୋପଣ ଓ ଅଯଥା ବୃକ୍ଷ ନଷ୍ଟ ନ କରିବା ପାଇଁ ତାଙ୍କର ଏହି ପଦକ୍ଷେପ ଲୋକଙ୍କୁ ବାର୍ତ୍ତା ଦେଇଅଛି। ସେହିପରି ସମ୍ବଲପୁରୀ ହସ୍ତତନ୍ତ ଲୁଗା ପ୍ରତି ସମ୍ମାନ ଜଣାଇବା ପାଇଁ ଏବଂ ଏହାକୁ ବିବାହ ଭଳି ଉତ୍ସବମାନଙ୍କରେ ଆଦର ବଢ଼ାଇବା ପାଇଁ ଉଭୟ ବରକନ୍ୟା ସମ୍ବଲପୁରୀ ପୋଷାକ ପିନ୍ଧିଥିଲେ। କେବଳ ସେତିକି ନୁହେଁ, ରକ୍ତଦାନ ଭଳି ଏକ ମହାନ କାର୍ଯ୍ୟକୁ ମଧ୍ୟ ସେହିଦିନ ସମ୍ପାଦନ କରି ଅରବିନ୍ଦ ସମସ୍ତଙ୍କ ପାଖରେ ପ୍ରଶଂସାର ପାତ୍ର ହୋଇଥିଲେ। ଏଥିପାଇଁ ତାଙ୍କୁ ଉତ୍ସାହିତ କରିଥିଲେ ସିଲୁ ପ୍ରଧାନ। 

ସମାଜ ପାଇଁ ଏକ ଉତ୍ତମ ବାର୍ତ୍ତା ଦେଇଥିବାରୁ ଶାସକ ପ୍ରଶାସକ ପରିବାର ନବଦମ୍ପତ୍ତିଙ୍କୁ ସାଧୁବାଦ ଜଣାଇବା ସହ ସେମାନଙ୍କ ମଙ୍ଗଳମୟ ବୈବାହିକ ଜୀବନର କାମନା କରୁଛି।

Leave A Reply

Your email address will not be published.