ବନ ବିଭାଗର ଚଢ଼ାଉ: ଜବତ ହେଲେ ତିନି ଜୀବନ୍ତ ପକ୍ଷୀ,  ଧରାପଡ଼ିଲା ପକ୍ଷୀ ମାଂସ ବେପାରୀ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ବିଦେଶୀ ପକ୍ଷୀଙ୍କ ପାଇଁ ସ୍ବର୍ଗ ଭାବରେ ପରିଗଣିତ ହେଉଥିବା ହୀରାକୁଦ ଜଳଭଣ୍ଡାର ପକ୍ଷୀ ଶିକାରୀଙ୍କ ପାଇଁ ବେପାରର ବିଷୟ ହୋଇଛି। ବାରମ୍ବାର ଏହିପରି ଘଟଣା ଯୋଗୁଁ ପକ୍ଷୀଙ୍କ ଆଗମନ କମ ହୋଇଯାଉଥିବା ବେଳେ ଏପରି ପକ୍ଷୀ ଶିକାରୀଙ୍କ ଦୌରାତ୍ମ୍ଯକୁ ସହି ପାରୁ ନାହାଁନ୍ତି ପରିବେଶପ୍ରେମୀ ।

ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଞ୍ଜ ଅର୍ନ୍ତଗତ ଧୁଲୁଣ୍ଡା ଗ୍ରାମରୁ ତିନୋଟି ଜୀବିତ ପକ୍ଷୀଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଛନ୍ତି ବନ ବିଭାଗ। ଏହା ବ୍ୟତୀତ ଦୁଇଟି ମୃତ ପକ୍ଷୀ ଜବତ କରିବା  ସହ ଏମାନଙ୍କ ଶିକାରୀ ଧୁଲୁଣ୍ଡା ଗ୍ରାମର ପ୍ରଦୀପ କାଲୋକୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି। ପକ୍ଷୀ ଶିକାର ଯୋଗୁଁ ପ୍ରଦୀପ ବିରୋଧରେ ଆଇପିସି 51 A ବନ୍ୟ ଜନ୍ତୁ ଆକ୍ଟ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ ଅପରାଧୀ କାଲୋ ଏହି ପକ୍ଷୀମାନଙ୍କ ମାଂସ ଓ ଜୀବିତ ପକ୍ଷୀଙ୍କୁ ଏକ ହଜାର ଟଙ୍କା କିଲୋଗ୍ରାମ ପ୍ରତି ବିକ୍ରି କରୁଥିଲା।

Leave A Reply

Your email address will not be published.