ନୃସିଂହନାଥ ମନ୍ଦିରରେ କୋଡିଏ ଲକ୍ଷ ଟଙ୍କାରେ ତିଆରି ହେବ ରୋଷେଇ ଘର ଓ ଧର୍ମଶାଳା

0

ବରଗଡ :- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର । ବର୍ଷ ତମାମ ଏହି ତୀର୍ଥ କ୍ଷେତ୍ରକୁ ତୀର୍ଥ ଯାତ୍ରୀ , ପର୍ଯଟକ , ଗବେଷକ ମାନଙ୍କର ସୁଅ ଛୁଟିଥାଏ । ମହାପ୍ରଭୁଙ୍କ ମନ୍ଦିରରେ ବର୍ଷ ସାରା ବିଭିନ୍ନ ପର୍ବ ଅବସରରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବାକୁ ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯଟକ ଏଠାକୁ ଆସିଥାନ୍ତି । ସେହିଭଳି ଜଙ୍ଗଲ ଓ ଜଙ୍ଗଲ ଜାତ ଦ୍ରବ୍ୟ ଓ ଔଷଧ ଉପରେ ତଥା ଗନ୍ଧମାର୍ଦ୍ଦନ ପର୍ବତ ଉପରେ ଗବେଷଣା କରିବା ପାଇଁ ଅନେକ ଗବେଷକ ମଧ୍ୟ ନିୟମିତ ଭାବରେ ଏଠାକୁ ଆସିଥାନ୍ତି । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଏହି ପବିତ୍ର ପୀଠ ଓ ଏହାର ଆଖପାଖ ଅଞ୍ଚଳରେ ଯେଉଁ ଗତିରେ ବିକାଶ ହେବା କଥା ତାହା ସମ୍ଭବ ହୋଇ ପାରୁନାହିଁ । କିନ୍ତୁ ଗତ ଦେଢ଼ ବର୍ଷ ହେଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହାଙ୍କର ଚେଷ୍ଟା ରେ ପୁନର୍ବାର ନୃସିଂହନାଥ ମନ୍ଦିର ଓ ଏହାର ପରିସରରେ ବିକାଶ ର ଭିତ୍ତିଭୂମି ସୁଦୃଢ ହେବାରେ ଲାଗିଛି । ମାନ୍ୟବର ବିଧାୟକ ଙ୍କର ଉଦ୍ୟମରେ ନୃସିଂହନାଥ ଅଞ୍ଚଳରେ ରୋପ ୱେ ନିର୍ମାଣର ଘୋଷଣ ହୋଇଥିବା ବେଳେ ଗତ କିଛିଦିନ ତଳେ ରାଜ୍ୟ ସରକାର ଙ୍କର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ନୃସିଂହନାଥ ରେ ମାନ୍ୟବର ବିଧାୟକ ଙ୍କର ଉପସ୍ଥିତ ରେ ଏକ ସମୀକ୍ଷା ବୈଠକ କରି ଆଗାମୀ ଦିନରେ ନୃସିଂହନାଥ ପରିସରରେ ହେବାକୁ ଥିବା ବିଭିନ୍ନ ଉପଯୋଗୀ ତଥା ଉନ୍ନୟନ ମୂଳକ କାମ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ଅଧିକାରୀ ଓ ବିଶେଷଜ୍ଞ ମାନଙ୍କୁ ନିର୍ଦେଶ ଦେଇଥିଲେ । ଏହା ପରେ ଆଜି ମାନ୍ୟବର ବିଧାୟକ କୋଡିଏ ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିର ପରିସରରେ ମହାପ୍ରଭୁଙ୍କ ଙ୍କର ରୋଷେଇ ଘର ନିର୍ମାଣ କରିବା ପାଇଁ ତଥା ଧର୍ମଶାଳା ର ମରାମତି ପାଇଁ ହେବାକୁ ଥିବା କାମର ସମୀକ୍ଷା କରିବା ସହିତ ଆଗାମୀ ଦିନର କାର୍ଯ ପନ୍ଥା ଉପରେ ଉପସ୍ଥିତ ଅଧିକାରୀ ଓ ବିଶେଷଜ୍ଞ ମାନଙ୍କର ସହିତ ଆଲୋଚନା କରିଥିଲେ । ଆସନ୍ତା କିଛି ଦିନ ମଧ୍ୟରେ  ଧର୍ମଶାଳା ର ମରାମତି କାର୍ଯ୍ୟ ଓ ରୋଷେଇ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ । ଆଗାମୀ  ଦିନରେ ନୃସିଂହନାଥ ମନ୍ଦିରକୁ ଆସୁଥିବା ତୀର୍ଥ ଯାତ୍ରୀ, ପର୍ଯଟକ ଓ ଗବେଷକ ଙ୍କର ସୁବିଧା ପାଇଁ ଆବଶ୍ୟକତା ମୁତାବକ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଧାୟକ ଶ୍ରୀ ବରିହା କହିଛନ୍ତି ।

Leave A Reply

Your email address will not be published.