ଓଡ଼ିଶା ମାନବାଧିକାର ଆୟୁକ୍ତ ପକ୍ଷରୁ ବିଶ୍ୱ ମାନବିକ ଅଧିକାର ଦିବସ ପାଳିତ

0

ଭୁବନେଶ୍ୱର : ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ମିଳିତ ଜାତିସଂଘରେ ମାନବାଧିକାର ଘୋଷଣାନାମା ସ୍ୱୀକୃତି ପାଇଥିଲାା ଏହି ଐତିହାସିକ ଦିନଟିକୁ ସେବେଠାରୁ ସାରା ବିଶ୍ୱ ମାନବାଧିକାର ଦିବସ ରୂପେ ପାଳନ କରିଆସୁଛିା

ବୈଶ୍ୱିକ ମହାମାରୀ କୋଭିଡ୍-୧୯ ପରିପ୍ରେକ୍ଷୀରେ ଆଜି ଓଡ଼ିଶା ମାନବାଧିକାର ଆୟୋଗରେ ଅତି ନିରାଡମ୍ବର ଭାବେ ମାନବାଧିକାର ଦିବସ ପାଳିତ ହୋଇଛିା ଓଡ଼ିଶାରେ ୨୦୦୩ ମସିହା ଜୁଲାଇ ୧୧ ତାରିଖରୁ ମାନବାଧିକାର ଆୟୋଗ କାର୍ଯ୍ୟ କରି ଆସୁଛିା ଆୟୋଗ କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ ପ୍ରତିବର୍ଷ ବିଭିନ୍ନ ମାମଲାରେ ଅଧିକରୁ ଅଧିକ ଦୋଷୀ ସାବ୍ୟସ୍ତ ହେଉଛନ୍ତିା ଆୟୋଗ ମୁଖ୍ୟତଃ ଅସୁବିଧାରେ ଥିବା ମହିଳା, ଶିଶୁ, ବୟସ୍କ, ଅସମର୍ଥ, ବୃଦ୍ଧାବସ୍ଥାରେ ରୋଗଯୋଗୁ ଦୁର୍ବଳ, ମାନସିକ ଅନଗ୍ରସର, ହାଜତରେ ଥିବା ବ୍ୟକ୍ତିଙ୍କ ଅଭିଯୋଗ, ସାମାଜିକ ସୁଯୋଗରୁ ବଂଚିତଙ୍କ ଅଧିକାରକୁ ସୁରକ୍ଷା ଦେବା ଦିଗରେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେଇ ଆସିଛିା

ଓଡ଼ିଶା ମାନବାଧିକାର ଆୟୁକ୍ତର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ୍ ଶ୍ରୀ ବି.କେ. ପଟେଲ୍ ବିଶ୍ୱ ମାନବାଧିକାର ଦିବସ ଉପଲକ୍ଷେ ଆଜି ଆୟୋଜିତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ ଶାସନକୁ ବ୍ୟବସ୍ଥିତ କରିବା ଦିଗରେ ତଥା ଜନସାଧାରଣଙ୍କୁ ତାଙ୍କର ସାମାଜିକ, ଆର୍ଥିକ ତଥା ସାଂସ୍କୃତିକ ଅଧିକାର ଯୋଗାଇଦେବା ପାଇଁ ଆୟୋଗ କାର୍ଯ୍ୟ କରିଆସୁଛିା ବର୍ତ୍ତମାନ ସୁଦ୍ଧା ଜନସାଧାରଣଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେବା କ୍ଷେତ୍ରରେ ଆୟୋଗ ବହୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଛନ୍ତିା ସମୟ କ୍ରମେ ଲୋକମାନେ ମାନବାଧିକାର ଉଲ୍ଲଂଘନ ଏକ ସାଂଘାତିକ ବ୍ୟାପାର ବୋଲି ଉପଲବ୍ଧି କଲେଣିା ୨୦୨୦ ଡିସେମ୍ବର ୧ ତାରିଖ ସୁଦ୍ଧା ପ୍ରାୟ ୩୪୧୯ ଅଭିଯୋଗ ଆୟୋଗ ଗ୍ରହଣ କରିଛିା ଆଜିର ଏହି ଉତ୍ସବରେ ସଦସ୍ୟ ଜଷ୍ଟିସ୍ ଶ୍ରୀ ରଘୁବୀର ଦାଶ,  ସଦସ୍ୟ ଶ୍ରୀ ଅସୀମ ଅମିତାଭ ଦାଶ, ଅତିରିକ୍ତ ଡି.ଜି. ପୋଲିସ୍-ଇନ୍ଭେଷ୍ଟିଗେସନ୍ ଶ୍ରୀ ବିଜୟାନନ୍ଦ ଝା, ସଚିବ ଶ୍ରୀ ସୁନୀଲ ନାୟକ, ରେଜିଷ୍ଟର ଶ୍ରୀ ଶଙ୍ଖ ଚକବ୍ରର୍ତ୍ତୀ ସହକାରୀ ରେ ଜିଷ୍ଟର ବିଶ୍ୱଜିତ ଚନ୍ଦ୍ର ବ ର୍ମନ ଏବଂ ଆୟୁକ୍ତର ସମସ୍ତ ଉଚ୍ଚପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲୋ 

 

Leave A Reply

Your email address will not be published.