ଜଳିଗଲା ଚଳନ୍ତା ବାଇକ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଗାନ୍ଧୀ ଛକ ଅନ୍ତର୍ଗତ ଇବ ନଦୀ ବ୍ରିଜ ଉପରେ ଏକ ବାଇକରେ ନିଆଁ ଲାଗି ସଂପୂର୍ଣ୍ଣ ଭାବରେ ଜଳିଯାଇଥିବା ଜଣାପଡ଼ିଛି। ମାତ୍ର ଏହି ଘଟଣାରୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଇକ ଆରୋହୀ।  ସୂଚନା ଅନୁସାରେ,ଆଜି ଅପରାହ୍ନ ୪ଟା ବେଳେ ବେଲପାହାଡ଼ ବାସିନ୍ଦା ସଂଜୀବ କୁମାର ଦେ ଝାରସୁଗୁଡ଼ାରୁ ବେଲପାହାଡ଼ ଅଭିମୁଖେ ଯାଉଥିଲେ। ହଠାତ ଇବ ନଦୀ ଉପରେ ତାଙ୍କ ବାଇକ ଟାଙ୍କିରୁ ତେଲ ଲିକ୍ ହୋଇ ବାଇକରେ ନିଆଁ ଲାଗିଯାଇଥିଲା। ତେବେ ଭୟରେ ସଂଜୀବ ବାଇକ ଉପରୁ ଇବ ନଦୀ ପାଣିରେ ଡେଇଁ ପଡ଼ିଥିଲେ। ନଦୀର ସ୍ରୋତ ପ୍ରଖର ନ ଥିବାରୁ ସେ ପହଁରି କୂଳକୁ ଆସିଥିଲେ। ତେବେ, ବାଇକରେ ନିଆଁ ଲାଗିବା କାରଣରୁ ରାସ୍ତାରେ ଟ୍ରାଫିକ୍ ଜାମ ହୋଇ ରହିଥିଲା।

Leave A Reply

Your email address will not be published.