“ଭାରତ ବନ୍ଦ” ଡାକରାକୁ ଅଭୁତପୂର୍ବ ସମର୍ଥନ! ସବୁ ବନ୍ଦ, ବନ୍ଦ ଆଉ ବନ୍ଦ। 

0

ଝାରସୁଗୁଡ଼ା 🙁 ସୁଭାଷ ସହାରେ) ସାରା ଦେଶର କୃଷକ ସଂଗଠନ ଦ୍ଵାରା ଡାକରା ଦିଆଯାଇଥିବା “ଭାରତ ବନ୍ଦ” ଆଜି ଅଭୂତପୂର୍ବ ସଫଳତା ସହ ସମାପନ ହୋଇଯାଇଛି। ଏହି ବନ୍ଦକୁ ସମର୍ଥନ ଜଣାଇଥିଲେ ଦେଶର ୨୪ ଟି ମୂଖ୍ୟ ବିରୋଧୀ ରାଜନୈତିକ ଦଳ ତଥା ପ୍ରାୟ ଶହ ଶହ ଅନ୍ୟାନ୍ୟ ସାମାଜିକ ସଂଗଠନ। ଝାରସୁଗୁଡ଼ାରେ ମଧ୍ୟ ଏହାର ସମ୍ପୂର୍ଣ୍ଣ ପ୍ରଭାବ ଦେଖାଯାଇଥିଲା। ଆଜି ଝାରସୁଗୁଡ଼ାର ସମସ୍ତ ଦୋକାନ ବଜାର,ଯାନବାହନ ବନ୍ଦ ରହିଥିଲା। 

ଝାରସୁଗୁଡା ସହର ସମେତ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଆଜି ସମସ୍ତ ଗଣ ସଂଗଠନ ସହ ଭାରତୀୟ କମ୍ୟୁନିଷ୍ଟପାର୍ଟି, କଂଗ୍ରେସ, ସିପିଏମ୍ ସହ ଚାଷୀ ସଂଗଠନର କର୍ମକର୍ତ୍ତା ମାନେ ପିକେଟିଂ କରି ବାଇପାସ ଛକରେ ଅବରୋଧ କରିଥିଲେ । ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତା ଅବରୋଧ ଯୋଗୁଁ ଝାରସୁଗୁଡା ସହ ବେଲପାହାଡ଼,ବ୍ରଜରାଜନଗର,ସୁନ୍ଦରଗଡ଼ ଓ ସମ୍ବଲପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା |

ଜିଲ୍ଲା କଂଗ୍ରେସର ପ୍ରଦିବାଦ ସଭା

ସେହିପରି, ମୋଦି ନେତୃତ୍ବରେ ବି.ଜେ.ପି ସରକାରଙ୍କ ଦ୍ୱାରା ପ୍ରଣୀତ ତିନି ଗୋଟି କଳା କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନ ଗୁଡ଼ିକ ଡିସେମ୍ବର ୮ ତାରିଖ ମଙ୍ଗଳବାର ଦିନ ଦେଇଥିବା “ଭାରତ ବନ୍ଦ” ଡାକରାକୁ ଜିଲ୍ଲା କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ କରି ଝାରସୁଗୁଡ଼ା ବସଷ୍ଟାଣ୍ଡ ଗାନ୍ଧୀମୂର୍ତ୍ତିଠାରେ ଏକ ପ୍ରଦିବାଦ ସଭା ଅନୁଷ୍ଠିତ କରିଥିଲେ।ଏହା ସହିତ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ କୁଶପୁତ୍ତଳିକା ଦହନ କରାଯାଇଥିଲା। ଏହି ଅବସରରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ସମ୍ଭାବିତ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ, ସିଆରାମ ଦାସ, ସଂଞୟ ମହାପାତ୍ର, ଶାହାରୁଖ ଖାନ, ରାହୁଲ ଠାକୁର, ଫକୀର ନାଏକ, ମନୀଷ ବାଜପେୟୀ, ବରୁନ ଓଡାକା, ସୁଶିଲ ଥାପା, ଜାହାରୁଲ ମୁସ୍ତାଫା ୱରିସ, ସୁନିଲ ଖଡ଼ିଆ, ଦାମୋଦର ବିନ୍ଧାଣି, ଗିରିଶ ରନବିଡା ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି କୋଲାବିରା ବ୍ଲକ ପତ୍ରାପାଲି ଛକରେ ଲୋକମୁକ୍ତି ସଂଗଠନର ଆବାହକ ଅନନ୍ତ ପଣ୍ଡାଙ୍କ ନେତୃତ୍ୱରେ ଚାଷୀ ମୂଲିଆ ରାସ୍ତା ଅବରୋଧ କରିଥିଲେ।

Leave A Reply

Your email address will not be published.