କେନ୍ଦ୍ରର ନୂଆଁ କୃଷିନୀତିକୁ ବିରୋଧ କରି ରେଙ୍ଗାଲି ରେ ଭାରତ ବନ୍ଦର ପ୍ରଭାବ ।

0

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ରେଙ୍ଗାଲିର ବିଭିନ୍ନ ସ୍ଥାନରେ ଆଜି ସକାଳୁ ’ଭାରତ ବନ୍ଦ’ର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। ରେଙ୍ଗାଲି ତହସିଲ ଛକରେ ରାସ୍ତା ଅବରୋଧ କରାଯାଇଥିଲା ଏଥିସହିତ ରେଙ୍ଗାଲି ର କଂଗ୍ରେସ ସହ ବିଭିନ୍ୟ ରାଜନୈତିକ ସଙ୍ଗଠନ ରେଙ୍ଗାଲି ସହର ପିକେଟିଂ କରିବା ସହ ସମ୍ବଲପୁର ରାଉରକେଲା ୧୦ ନଂ ରାଜ୍ଯ ରାଜପଥ ତହସିଲ ଛକ ଠାରେ ସିପିଆଇ, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ପକ୍ଷରୁ ଦିର୍ଘ ୨ ଘଣ୍ଟା ଧରି ରାସ୍ତାରୋକ କରାଯାଇଥିଲା ଫଳରେ ରାସ୍ତା ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକିରହିଥିଲା,ସିପିଆଇ ର ବରିଷ୍ଟ ନେତା କ୍ଷୀରୋଦ କୁମାର ସିଂଦେଓ,ପୁର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ କଂଗ୍ରେସ ନେତା ସୁବାସ ଚନ୍ଦ୍ର ବିଶ୍ବାଳ,ଆମ ଆଦମୀ ପାଟିର ମନୋରଞ୍ଜନ ସାହୁ, ଚତୁର୍ଭୁଜ ଝାଙ୍କାର, ଇନ୍ଦ୍ରମଣି ବାରିକ,ନିରୋଦ ସିଂଦେଓ, ସିଦ୍ଧେଶ୍ୱର ପଟେଲ, ଗୋପାଳକୃଷ୍ଣ ପଣ୍ଡା, ରସିପାଳ ସିଂ,ଗୌରବ ବେହେରା ସହ ଶତାଧିକ କର୍ମୀ ଧର୍ମଘଟ ରେ ସାମିଲ ହୋଇ ଥିଲେ କ୍ଷୀରୋଦ କୁମାର ସିଂଦେଓ ,ଦୁର୍ଯୋଧନ ଗର୍ଡିଆ,ସୁବାଷ ଚନ୍ଦ୍ର ବିଶ୍ୱାଳ, ମନୋରଞ୍ଜନ ସାହୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତି ଉପରେ ଉଦବୋଧନ ଦେଇଥିଲେ।

Leave A Reply

Your email address will not be published.