ରାଜବୋଡାସମ୍ବର କୄଷକ ସଙ୍ଗଠନ ଆହ୍ବାନରେ ପଦ୍ମପୁରରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ।

0

ପଦ୍ମପୁର-କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ତିନିଗୋଟି ବିଲର ପ୍ରତିବାଦ କରି ଆଜି ଚାଷୀ ସମାଜ ରାଜରାସ୍ତାରେ । ଏହି ତ୍ରୁଟିପୂର୍ଣ୍ଣ କୃଷିବିଲକୁ ଫେରେଇ ନେବା ପାଇଁ ଗତ ଏଗାର ଦିନ ହେଲା ବିଭିନ୍ନ କୃଷକ ସଙ୍ଗଠନ ର ହଜାର ହଜାର ଚାଷୀ ଦେଶର ରାଜଧାନୀକୁ ଘେରି ବସିଛନ୍ତି । ବାରମ୍ବାର ସରକାରଙ୍କ ସହିତ ଆଲୋଚନା କରି ମଧ୍ୟ ନିରାଶ ହେଉଛନ୍ତି ଅନ୍ନଦାତା । ଚାଷୀସମାଜର ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଅନ୍ନଦାତାଙ୍କୁ ଭୁଆଁ ବୁଲେଇବାର ପ୍ରୟାସ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏହି ତିନିଗୋଟି କୃଷକ ବିରୋଧୀ ବିଲ କୁ ଫେରେଇ ନେବାପାଇଁ ଆଜି ଚାଷୀ ସମାଜ ତରଫରୁ ଭାରତ ବନ୍ଦ ର ଡାକରା ଦିଆଯାଇଛି । ଦେଶର ଅନେକ ରାଜନୈତିକ ଦଳ , ବିଭିନ୍ନ ଶ୍ରମିକ ସଂଗଠନ , ଅନେକ ଅନ୍ୟାନ୍ୟ ସଂଗଠନ ଏହି ବନ୍ଦ ଡାକରାକୁ ସମ୍ମର୍ଥନ କରିଛନ୍ତି । ପଦ୍ମପୁର ଅଞ୍ଚଳରେ ସକ୍ରିୟ ଚାଷୀ ସଙ୍ଗଠନ ରାଜବୋଡାସମ୍ବର କୄଷକ ସଂଗଠନର ଆହ୍ବନକ୍ରମେ ଆଜି ପଦ୍ମପୁର ସହରର ସମସ୍ତ ଦୋକାନ ବଜାର ତଥା ଯାନବାହନ ବନ୍ଦ ରହିଥିଲା। ରାଜବୋଡାସମ୍ବର କୄଷକ ସଂଗଠନର ଆବାହକ ଅଶୋକ କୁମାର ସାହୁଙ୍କ ନେତୄତ୍ବରେ ଚାଷୀମାନେ ମହୁଲପାଲି ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ଏହି ରାସ୍ତା ଅବରୋଧରେ ରାଜବୋଡାସମ୍ବର କୄଷକ ସଂଗଠନର ସଭାପତି ବାନ୍ଛାନିଧି ନାୟକ,ରୋହିତ ପ୍ରଧାନ, କୈଳାସ ବାରିକ,ପ୍ରଶାନ୍ତ ପ୍ରଧାନ, ନିରାକାର ସାହୁ,ରାଜିବ ମିଶ୍ର,ନାରାୟଣ ବେହେରା ଏବଂ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.