ବେଦାନ୍ତ ଅଗ୍ନିବାହିନୀ ଦ୍ବାରା ଅଗ୍ନି ନିରାପତ୍ତା କାର୍ଯ୍ୟକ୍ରମ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ବେଦାନ୍ତ ଆଲୁମିନା ଦ୍ବାରା କର୍ମଚାରୀ ସ୍ବେଛାସେବୀ କାର୍ଯ୍ୟକ୍ରମ ମାଧ୍ୟମରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବେଦାନ୍ତର ଅଗ୍ନିବାହିନୀର ସଦସ୍ୟ ଓ ବେଦାନ୍ତର ମହିଳା  ଅଗ୍ନିଶମ ବିଭାଗ ଲୋକଙ୍କୁ ଅଗ୍ନି ନିରାପତ୍ତାର ବିଭିନ୍ନ ଦିଗରେ ସଚେତନ କରାଇବା ସହ ଅଗ୍ନିକାଣ୍ଡର କାରଣ ଓ ପ୍ରକାର ଚିହ୍ନଟ କରିବା ଉପରେ ସଚେତନ କରାଇଥିଲେ। 

ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ଦେବାଡିହି, ବୃନ୍ଦାମାଲ ଓ କୁରେବଗା ଗାଁର ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ସାରିଛନ୍ତି। ଆଗାମୀ କେତେ ମାସ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆହୁରି ଅନେକ ଗ୍ରାମରେ ପହଞ୍ଚିବାର ଲକ୍ଷ ରଖିଛି। 

ଅଗ୍ନିବାହିନୀର ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବିଷୟରେ ବେଦାନ୍ତର ସିଇଓ ସିଏନ ସିଂ କହିଛନ୍ତି ଯେ ଅଗ୍ନିବାହିନୀ ବେଦାନ୍ତର ସ୍ବପ୍ନର ପ୍ରକଳ୍ପ ।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏହାର ମହିଳା କର୍ମଚାରୀମାନେ ମାସ ମାସ ଧରି କଠୋର ପରିଶ୍ରମ କରିଛନ୍ତି। 

ଦେବାଡିହି ଗ୍ରାମର ବାସିନ୍ଦା ଅଶ୍ବିନୀ ପାଣ୍ଡେ, ଶାନ୍ତି ପଟେଲ, ପ୍ରତିମା ପଟେଲ,କୁଳମଣି ନାୟକ ଏବଂ ଅନୀତା ସାହୁ ବେଦାନ୍ତର ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଆଶା କରିଛନ୍ତି ଯେ ଏହିପରି ସଚେତନତା କାର୍ଯ୍ୟକ୍ରମ ବେଦାନ୍ତ ଆଗକୁ ମଧ୍ୟ ଜାରି ରଖୁ।

Leave A Reply

Your email address will not be published.