ଲୁଟ ସୁନା ଅଳଙ୍କାର ଜବତ ;  ୭ ଗିରଫ

0

ଭଞ୍ଜନଗର / ବଡଗଡ଼ ( ନିଲୁ ବିଷୋୟୀ)/- ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧିନରେ ହୋଇଥିବା ଏକ ଡକାୟତି ମାମଲାର ତଦନ୍ତ କରି ପୁଲିସ୍ ଆଜି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ ଗତମାସ ୧୮ ତାରିଖ ଦିନ ସଂନ୍ଧ୍ୟା ସମୟରେ ବଡ଼ଗଡ ବଡଦାଣ୍ଡ ସାହିରେ ଥିବା କେ ସୀମାଦ୍ରୀ ପାତ୍ରଙ୍କ ଘର ସାମ୍ନାରେ ଥିବା ଲୁଗା ଦୋକାନରେ ପଶି କିଛି ଦୁବୃର୍ତ୍ତ ବନ୍ଧୁକ ମୁନରେ ଦୋକାନ ମାଲିକ ସୀମାଦ୍ରି ଏବଂ ତାଙ୍କ ସ୍ତ୍ରୀ ପିନ୍ଧିଥିବା ସୁନା ଅଳଙ୍କାର ଲୁଟ କରି ପଳାଇଥିଲେ। ଏଥିସହ ସେମାନଙ୍କ ମୋବାଇଲ ମଧ୍ୟ ସାଙ୍ଗରେ ନେଇ ପଳାଇଥିଲେ। ସୀମାଦ୍ରି ଏହି ଘଟଣା ସଂର୍ପକରେ ବଡଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ୨୬୭/୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଏହି  ଡକାୟତିରେ ସାମିଲ ଥିବା ୫ଜଣ ଅଭିଯୁକ୍ତଙ୍କ ସମତେ ଲୁଟ ସୁନାକୁ କିଣିଥିବା ୨ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ସେମାନଙ୍କ ଠାରୁ ଲୁଟ ହୋଇଥିବା ଗୋଟିଏ ସୁନା ଚେନ୍,୨ ଗୋଟି ସୁନା ମୁଦି ଜବତ କରାଯାଇଛି ।  ଏଥିସହ ଦୁଇଟି ସୁନା ଚୁଡି ଓ ଗୋଟିଏ ଲକେଟ ଲାଗିଥିବା ଚେନ୍‌କୁ ତରଳା ଯାଇଥିବା ସୁନାଖଣ୍ଡକୁ ମଧ୍ୟ ଜବତ କରାଯଇଥିବା ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠି ସୂଚନା ଦେଇଛନ୍ତି।

Leave A Reply

Your email address will not be published.