କୋଭିଡ କଟକଣାକୁ କୋହଳ କରିବାକୁ ଦାବିପତ୍ର। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)  :କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ଲଗାଯାଇଥିବା କଟକଣା କୋହଳ କରିବାକୁ ଅନୁରୋଧ କରି କୋଭିଡ ମାଜିଷ୍ଟ୍ରେଟ ତଥା ଉପ ଜିଲ୍ଲାପାଳ ଶ୍ରୀ ଶିବ ଟପ୍ପୋଙ୍କୁ ଭେଟି ଦାଵୀ ଜଣାଇଥିଲେ ଝାରସୁଗୁଡ଼ା ସହରର ମାନ୍ୟଗଣ୍ୟ ବ୍ୟକ୍ତି। ହିନ୍ଦୁ ଧର୍ମ ଅନୁସାରେ କାର୍ତ୍ତିକ ମାସ ଏକ ଗୁରୁତ୍ବପୂର୍ଣ୍ଣ ମାସ ଏବଂ ଏହା ଲୋକଙ୍କ ଧର୍ମୀୟ ଭାବନା ସହ ଜଡ଼ିତ ଅଟେ।ପ୍ରତ୍ୟେକ ପରିବାର ବୋଇତ ବନ୍ଦାଣ ଓ ପୂର୍ଣ୍ଣିମା ସ୍ନାନ ପାଇଁ ବର୍ଷ ସାରା ଅପେକ୍ଷା କରନ୍ତି। ତେଣୁ ଲୋକଙ୍କୁ ଏଥିରୁ ବଞ୍ଚିତ କରିବା ଅର୍ଥ ସେମାନଙ୍କ ପୂଣ୍ୟଫଳରୂ ବଞ୍ଚିତ କରିବା ଏବଂ ଧର୍ମୀୟ ଭାବନା ପ୍ରତି କୁଠାରଘାତ ହେବ ବୋଲି ସେମାନେ ଏହି ପତ୍ରରେ ଜଣାଇଛନ୍ତି। ଆଜି ଉପ ଜିଲ୍ଲାପାଳଙ୍କୁ ତାପସ କୁମାର ରାୟ ଚୌଧୁରୀ, ସନ୍ଦୀପ ଅବସ୍ତି, ପିଣ୍ଟୁ ପାଢ଼ୀ ଓ ରଘୁମଣି ପଟେଲ ସାକ୍ଷାତ କରିଥିଲେ।

Leave A Reply

Your email address will not be published.