ଏନଟିପିସି ତାପଜ ବିଦ୍ୟୁତ କେନ୍ଦ୍ରର ପାଉଁଶ ଓ ମହାନଦୀ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ବିଧାୟକ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ ): ଝାରସୁଗୁଡ଼ା ଜିଲ୍ଲାର ସୀମାନ୍ତରେ ଥିବା ଛତିଶଗଡ଼ର ଲରାଠାରେ ସ୍ଥାପିତ ହୋଇଥିବା ତାପଜ ବିଦ୍ୟୁତ କେନ୍ଦ୍ରରୁ ନିର୍ଗତ ହୋଇଥିବା ପାଉଁଶ ମହାନଦୀ ପାଣିରେ ମିଶିବା ଘଟଣାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି। ଏଥିପାଇଁ ବିଭାଗୀୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ବାଚସ୍ପତିଙ୍କ ଜରିଆରେ ସେ ଜଣାଇଥିଲେ। 

ଛତିଶଗଡ଼ର ଲରାଠାରେ ସ୍ଥାପିତ ହୋଇଥିବା ତାପଜ ବିଦ୍ୟୁତ କେନ୍ଦ୍ରରୁ ଗତ କିଛିଦିନ ପୂର୍ବରୁ ନିର୍ଗତ ପାଉଁଶ ହୋଇ ସ୍ଥାନୀୟ କେଲୋ ନଦୀରେ ମିଶିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। କେଲୋ ନଦୀର ପାଣି ମହାନଦୀରେ ମିଶୁଥିବାରୁ ଏବଂ ଆଗାମୀ ଦିନରେ ପାଉଁଶ ପାଣି ପୁଣି ଛଡ଼ାଗଲେ ମହାନଦୀ ପାଣି ଦୂଷିତ ହେବ। ଏହା ଦ୍ଵାରା ଜଳଜୀବମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ସହ ପାନୀୟ ଜଳ ପାଇଁ ଅନୁପଯୁକ୍ତ ହେବ ବୋଲି ବିଧାୟକ ଶ୍ରୀ ମହାନ୍ତି କହିଥିଲେ। ବିଗତ ଦିନରେ ମଧ୍ୟ କିପରି ଛତିଶଗଡ଼ ଯୋଗୁଁ ମହାନଦୀ ସମସ୍ୟା ସୃଷ୍ଟି ହୋଇଛି ସେ ବିଷୟରେ ମଧ୍ୟ ସେ ଜଣାଇଥିଲେ। ଲରାଠାରେ ଏନଟିପିସି ଦ୍ଵାରା ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବା ବେଳେ ଏହାଦ୍ବାରା ପ୍ରଭାବିତ ହେଉଥିବା ଝାରସୁଗୁଡ଼ା ଜିଲ୍ଲାର ୧୯ ଖଣ୍ଡ ମୌଜାର ଲୋକଙ୍କ ପାଇଁ କୌଣସି ଜନଶୁଣାଣି କରି ନଥିବା ସେ ଅଭିଯୋଗ କରିଥିଲେ। ତେଣୁ ଯଥାଶୀଘ୍ର ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

 

Leave A Reply

Your email address will not be published.