ସବୁ ଭାରତୀୟଙ୍କ ପାଇଁ  କରୋନା ଟୀକା ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ

0

ନୂଆଦିଲ୍ଲୀ/ଭୁବେନଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ତିନୋଟି ସହରର ଯଥା ଅହମ୍ମଦାବାଦର ଜାଇଡସ ବାୟୋଟେକ ପାର୍କ, ହାଇଦ୍ରାବାଦର ଭାରତ ବାୟୋଟେକ ଏବଂ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିବା ସହ କରୋନା ଟୀକା ବିକାଶ ଏବଂ ଉତ୍ପାଦନ ପ୍ରକ୍ରିୟାର ବିସ୍ତୃତ ସମୀକ୍ଷା କରିବା ସବୁ ଭାରତୀୟଙ୍କ ପାଖରେ କରୋନା ଟୀକା ପହଁଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କୋଭିଡ୍-୧୯ ମହାମାରୀ ମୁକାବିଲା କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ବିଶ୍ୱ ନେତାଙ୍କ ମଧ୍ୟରେ ଅଗ୍ରଣୀ ନେତୃତ୍ୱ ଭାବେ ଉଭା ହୋଇଛନ୍ତି । ଦେଶର ନାଗରିକଙ୍କ କଲ୍ୟାଣ ତଥା ଏଭଳି ପରିସ୍ଥିତିରେ ଦେଶ କିପରି ଭାବରେ ଲଢ଼ିବ ତାହାକୁ ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଲୋକ ତଥା ବୈଜ୍ଞାନିକ ସମୂହଙ୍କ ମଧ୍ୟରେ ଏହି ସ୍ୱାସ୍ଥ୍ୟ ସଂକଟରୁ ବିଜୟ ଲାଭ କରିବା ଦିଗରେ ନୂଆ ଉନ୍ମାଦନା ଯୋଗାଇବା ସହ ମନୋବଳକୁ ବୃଦ୍ଧି କରିଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Leave A Reply

Your email address will not be published.