ଝାରସୁଗୁଡ଼ା ବାର ଏସୋସିଏସନର କର୍ମକର୍ତ୍ତା ନିର୍ବାଚନ : ସଭାପତି ଦୌଡ଼ରେ ଦୁଇ ଜଣ, ବାକି ନିର୍ଦ୍ଵନ୍ଦରେ 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ବାର ଏସୋସିଏସନର ବିଭିନ୍ନ କର୍ମକର୍ତ୍ତା ପାଇଁ ହେବାକୁ ଥିବା ନିର୍ବାଚନ ପ୍ରକ୍ରିୟା ସଭାପତି ପଦ ବ୍ୟତୀତ ଅନ୍ୟ ସମସ୍ତ ପଦବୀ ପାଇଁ ସମାପ୍ତ ହୋଇଯାଇଛି। ସଭାପତି ପଦବୀ ପାଇଁ ଏଥର ଦୁଇଜଣ ମୈଦାନରେ ଅଛନ୍ତି। 

ନୋମିନେସନ ପ୍ରକ୍ରିୟାର ଅନ୍ତିମ ଦିନ ସୁଦ୍ଧା ବନ୍ଦନା ମୁନ୍ଦ୍ରା ଓ ତ୍ରିନାଥ ଗୁଆଲ ସଭାପତି ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି। କିନ୍ତୁ ଅନ୍ୟ ସମସ୍ତ ପଦବୀ ପାଇଁ କୌଣସି ପ୍ରତିଦ୍ବନ୍ଦିତା ନ ଥିବାରୁ ବାକି ସମସ୍ତଙ୍କୁ ନିର୍ଦ୍ଵନ୍ଦରେ ନିର୍ବାଚିତ କରାଯାଇଛି। 

ବର୍ଷ ୨୦୨୦-୨୧ ପାଇଁ  ଲକ୍ଷ୍ମୀ ଚରଣ ପାଲ ଉପ-ସଭାପତି, ପ୍ରଶାନ୍ତ କୁମାର ମହାରଣା ସଂପାଦକ, ମନୀଷ କୁମାର ବାଜପେୟୀ ଓ ସଞ୍ଜିତ ପ୍ରସାଦ ରାୟ ଯୁଗ୍ମ ସଚିବ, ରାକେଶ କୁମାର ପଲ କୋଷାଧ୍ୟକ୍ଷ, ଦେବାନନ୍ଦ ତିୱାରୀ, କୈଳାସ ମହାନନ୍ଦିଆ ଓ ସାଧନା ସାମନ୍ତରାୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି।

Leave A Reply

Your email address will not be published.