ସମ୍ବଲପୁର ବିଜେପି ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳନ

0

 ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ସମ୍ବିଧାନ ର ପ୍ରଣେୟିତା ଭାରତରତ୍ନ ବାବାସାହେବ ଭୀମ ରାଓ ଆମ୍ବେଦକର ଙ୍କର  ଆଜି ପବିତ୍ର ଜନ୍ମଦିନ ବା ସମ୍ବିଧାନ ଦିବସ ।ସମ୍ବଲପୁର ବିଜେପି ପକ୍ଷରୁ ମଧ୍ୟ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇଛି । କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ତାଙ୍କର ଜନ୍ମ ଜୟନ୍ତୀ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି । ସ୍ଥାନୀୟ ମୁଦିପଡା ଛକ ରେ ଥିବା ଆମ୍ବେଦକର  ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ କରାଯାଇଥିଲା ।  ଜିଲ୍ଲା ସଭାପତି ଗିରିଶ ପଟେଲ ଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଅଞ୍ଚଳର ବିଶିଷ୍ଟ ଯୁବ ପର୍ବତ ଆରୋହିଣି ସୁଶ୍ରୀ ଲିପିକା ସେଠ ଙ୍କୁ ସମ୍ମାନିତ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରାମ ଚନ୍ଦ୍ର ମେହେର, ଦାମୋଦର କର, ଡା. ରାଜାକୁମାର ବଡ଼ପଣ୍ଡା, ପ୍ରଦୀପ ବେହେରା, ଅନିଲ ସୁନା, ଅଜୁ ତାଣ୍ଡିଆ, କିଶୋର ସୁନା, ଅନିଲ ଶାହା, ତପନ ମାଝି, ପିଣ୍ଟୁ ଓରାମ, ସାକ୍ଷୀଗୋପୀନାଥ ମଣ୍ଡଳ ସଭାପତି  ସରୋଜ କୁମାର ଘଡାଇ ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝି କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

   

Leave A Reply

Your email address will not be published.