‘ସମ୍ବିଧାନ ଦିବସ’ରେ ଭୁବନେଶ୍ୱର ଠାରେ ଡା ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ

0

‘ସମ୍ବିଧାନ ଦିବସ’କୁ ସାମାଜିକ ଉତ୍ସବ ଭାବେ ପାଳନ କରାଯାଉ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର – ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ବାକ୍ ସ୍ୱାଧୀନତା ଏବଂ ମୌଳିକ ଅଧିକାର ଦେବା ସହ ସାଧାରଣ ଗରିବ ଖଟିଖିଆଙ୍କୁ ମଧ୍ୟ ମାନ୍ୟତା ଦେଇଛି । ତେଣୁ ଆଜିର ‘ସମ୍ବିଧାନ ଦିବସ’କୁ ଏକ ଉତ୍ସବ ଭାବରେ ସମସ୍ତେ ପାଳନ କରିବାର ଆବଶ୍ୟକତା ରହିଛି ବୋଲି ଗୁରୁବାର ଭୁବନେଶ୍ୱର ଠାରେ ଭାରତୀୟ ସମ୍ବିଧାନର ପ୍ରଣେତା, ସମାଜସେବୀ ତଥା ଭାରତରତ୍ନ  ଡା ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

ସେ କହିଛନ୍ତି ଯେ ଆଜି ସବୁ ଭାରତୀୟଙ୍କ ପାଇଁ ଗୌରବର ଦିନ  । ୭୧ ବର୍ଷ ପୂର୍ବେ ତଥା ଦେଶ ସ୍ୱାଧୀନତା ପାଇବାର ପରବର୍ତୀ ସମୟରେ ଆଜିର ଦିନରେ ‘ସମ୍ବିଧାନ ସଭା’ ଦ୍ୱାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ ଭାର ଗ୍ରହଣ କରିବା ପରେ ଆଜିର ଦିନକୁ ସମ୍ବିଧାନ ଦିବସ ଭାବରେ ନାମିତ କରିଥିଲେ ।

ଶତାବ୍ଦୀ ଶତାବ୍ଦୀ ଧରି ମୋଗଲ ସମ୍ରାଟ ଠାରୁ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ଆମ ଦେଶର ନାଗରିକ ମାନେ ଲଢେ଼ଇ କରି ଆସୁଥିଲେ  । ଦେଶ ସ୍ୱାଧୀନତା ପରେ ଆମକୁ ଆମ ଢ଼ାଂଚାରେ ଶାସନ ଚଲାଇବା ପାଇଁ ଏହି ସମ୍ବିଧାନ ହିଁ ମାନ୍ୟତା ଦେଇଛି । ଭାରତୀୟ ଜନତା ପାର୍ଟି ଏହି ସମ୍ବିଧାନ ଦିବସକୁ ସାମାଜିକ ଉତ୍ସବ ଭାବରେ ପାଳନ କରି ଡା. ଆମ୍ବେଦକରଙ୍କ ପ୍ରତି ଥିବା ସମ୍ମାନର ଅଙ୍ଗିକାରବଦ୍ଧତାକୁ ଦର୍ଶାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି  ।

Leave A Reply

Your email address will not be published.