ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ଚାଷୀ ଯେଭଲି ପାଇବ କୃଷକ ମୋର୍ଚ୍ଚା ସଜାଗ ରହୁ: ଧର୍ମେନ୍ଦ୍ର ପ୍ରଧାନ 

0

ପଦ୍ମପୁର,: କେନ୍ଦ୍ର ସରକାର ଘୋଷଣା କରିଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ଯେଭଲି ଓଡିଶାର ଚାଷୀ ମାନେ ପାଇବେ ସେ ଦିଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ସଜାଗ ହେବା ସହ ପ୍ରତ୍ୟେକ  ମଣ୍ତିରେ କାର୍ଯ୍ୟକର୍ତ୍ତା ମାନେ ଏହା ଉପରେ ନଜର ରଖିବା ପାଇଁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଛନ୍ତି  । ଗତକାଲି ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ରାଜ୍ୟ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ମହାନ୍ତି ଓ ବିଧାନ ସଭାରେ  ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ ନାୟକଙ୍କ ଉପସ୍ଥିତିରେ କୃଷକ ମୋର୍ଚ୍ଚା ର ଆଗାମୀ ଦିନ କାର୍ଯ୍ୟପଛା ଓ ରଣନିତୀ ଉପରେ ବ୍ୟାପକ   ଆଲୋଚନା ହୋଇଥିଲା । ଗତ ୬ବର୍ଷରେ ଓଡିଶା ଚାଷୀଙ୍କୁ ୬୦ ହଜାର ୮୩୯ କୋଟି ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଦାନ କରିବା ସହ, ୨୦୧୮ – ୧୯ ରୁ ଚାଷୀଙ୍କ ଖାତାକୁ ସିଧାସଳଖ କେନ୍ଦ୍ର ୨୭୩୧ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଯୋଗାଇ ଦେବ,୨୦୧୬ – ୧୭ ଠାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦକୁ ଓଡିଶା ଚାଷୀଙ୍କୁ ୪୪୨୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଯୋଗାଇ ଦିଆ ଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ବୈଠକରେ ସୂଚନା ଦେଇଥିଲେ  । ଓଡିଶାରେ ଚାଷୀଙ୍କ ଧାନ କିଣିବା ପାଇଁ କେନ୍ଦ୍ର ସରକାର ଓଡିଶା ସରକାରକୁ ୧୩ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ଯୋଗେଇ ଦେଇଥିବା ବେଳେ ଓଡିଶା ସରକାର  ମିଲର୍ସ ଓ ମଧ୍ୟସ୍ଥି ଜରିଆରେ ଧାନ କିଣି ଚାଷୀଙ୍କୁ ଶୋଷିତ କରୁଥିବା କଥା  କୃଷକ ମୋର୍ଚ୍ଚା ସଦସ୍ୟ ମାନେ ଅଭିଯୋଗ କରିଥିଲେ  । ଗତ ନଭେମ୍ବର ୯ ତାରିଖ ରୁ ଓଡିଶାର ଧାନ କିଣା ମଣ୍ତି ଆରମ୍ଭ ହୋଇଥିବା ବେଳେ ୮୦ ଭାଗ ଚାଷୀଙ୍କୁ ସରକାର ଟୋକନ ଯୋଗାଇ ଦେଇନ ଥିବାରୁ ଚାଷୀ ଅଣ୍ଡରେଟ ରେ ଧାନ ବିକ୍ରି କରିବାକୁ ବାଧ୍ୟ  ହେଉଛି  । ଯେଉଁ ଯେଉଁ ମଣ୍ତିରେ ଧାନ ବିକ୍ରି ଚାଲିଛି ୩ / ୪ କେଜି ଧାନ କଟନି ଛଟନି ନ କଲେ ମଲର୍ସ ମାନେ ମଣ୍ତିରୁ ଧାନ ଉଠାଉ ନାହାନ୍ତି  । ଚାଷୀ ଅଭିଯୋଗ କଲେ ମଧ୍ୟ ଜିଲ୍ଲାପାଳ ଓ ଯୋଗାଣ ବିଭାଗ ଅଧିକାରୀ ମାନେ ହାତ ବାନ୍ଧି ବସି ରହିଛନ୍ତି ବୋଲି ବୈଠକରେ ଅଭିଯୋଗ ଉଠିଥିଲା । ଜଳ ସେଚନ, ମଣ୍ତି ବ୍ୟବସ୍ଥା ଓ ଓଡିଶାର ଚାଷୀ ମାନଙ୍କ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିଜେପି ଓଡିଶା କୃଷକ ମୋର୍ଚ୍ଚା  ଆଗାମୀ ସମୟରେ ପ୍ରତ୍ଯେକ ଚାଷୀଙ୍କ ପାଖରେ ପହଞ୍ଚି ଏକ ବିରାଟ ଜନ ଆନ୍ଦୋଳନ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରଣନୀତି ଉପରେ ଆଲୋଚନା ହୋଇଥିଲା  । ଏହି ବୈଠକରେ କୃଷକ ମୋର୍ଚ୍ଚାର ସର୍ବ ଶ୍ରୀ ସୁରଥ ବିଶାଳ, ମହେଶ୍ୱର ସାହୁ,ଲକ୍ଷ୍ମଣ ବାଗ ଯାଦବ, ଶ୍ରୀ ରଞ୍ଜନ ମଙ୍ଗରାଜ,ପ୍ରଦୀପ ମହନ୍ତ,ରାମ ପାତ୍ର,ହୃଷିକେଶ ନାୟକ,ବିଶ୍ବଜିତ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ  ।

Leave A Reply

Your email address will not be published.