ବିରୋଧୀଙ୍କ ସହ ମିଶି ଷଡଯନ୍ତ୍ର ରଚିଛନ୍ତି ସରପଂଚ 

0

ନୟାଗଡ : ଗୋଟେ ଝିଅ ମରିଛି | ତାକୁ ମାରିଥିବା ଲୋକଙ୍କୁ ବନ୍ଧାଯାଉ | ହେଲେ ଏ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଛନ୍ଦି ଯେଉଁ ରାଜନୈତିକ ଖେଳ ଚାଲିଛି ତାକୁ ବିରୋଧ କରିଛନ୍ତି ସ୍ଥାନୀୟ ଅଧିବାସୀ | ଏହା ସହିତ  ବିରୋଧୀଙ୍କ ସହ ମିଶି ଅରୁଣଙ୍କ ବିରୋଧରେ ସରପଂଚ ଷଡଯନ୍ତ୍ର ରଚିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସେମାନେ | 

ଆଜି  ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ସରପଂଚଙ୍କ ଅସଲ ମୁଖା ଆଜି ପଦାରେ ପକାଇଦେଇଛନ୍ତି ସ୍ଥାନୀୟ ଲୋକ | ବିଜେଡିରେ ରହି ନିଜ ସ୍ୱାର୍ଥ ଆଉ ବ୍ୟକ୍ତିଗତ ଫାଇଦା ପାଇଁ  କଂଗ୍ରେସ ଏବଂ ବିଜେପି ସହିତ ମିଶି ମନ୍ତ୍ରୀଙ୍କୁ ମିଛରେ ଛନଯିବାକୁ ଚେଷ୍ଟା କରିବା ଘଟଣାକୁ ନିନ୍ଦା କରିବା ସହ ବିରୋଧୀ ନେତାଙ୍କ ସହ ରଖିଥିବା  ଭାବ ପ୍ରୀତି ଭାଇରାଲ ହୋଇଥିବା କୋର୍ଟ ଫଟୋରୁ ଜଣାପଡ଼ିଯାଇଛି ବୋଲି  ସରପଞ୍ଚଙ୍କ ବିରୁଦ୍ଧରେ ବିଶୋଦ୍‌ଗାର କରିଛନ୍ତି ଖୋଦ୍ ତାଙ୍କ  ପଂଚାୟତ ଯଦୁପର ଗ୍ରାମର ସଭାପତି ଜୟକୃଷ୍ଣ ପରିଡ଼ା । 

ପରୀ ହତ୍ୟାକାରୀ ଗିରଫ ପାଇଁ ସମସ୍ତେ ଚିନ୍ତିତ ଥିବା ବେଳେ ସରପଂଚଙ୍କ ଏଭଳି କୁବୁଦ୍ଧିକୁ ଯଦୁପୁର ଗ୍ରାମର ମହିଳାମାନେ ମଧ୍ୟ ନାପସନ୍ଦ କରିବା ସହ ସରପଂଚଙ୍କ ପାଇଁ ତାଙ୍କ ଗାଁ ବଦନାମ୍ ହେଉଥିବା ଅଭିଯୋଗ କରିଛନ୍ତି । ପରୀକୁ କିଏ ହତ୍ୟା କରିଛି ତାହା ପୁଲିସ ତଦନ୍ତରେ ଜାଣି ପାରୁନଥିବା ବେଳେ ସରପଂଚ କିଭଳି ବାବୁଲି ନାୟକଙ୍କ ଉପରକୁ ଆଙ୍ଗୁଠି ଉଠାଉଛନ୍ତି ବୋଲି ଜୟକୁଷ୍ଣ ଓ ଅନ୍ୟମାନେ ପ୍ରଶ୍ନ କରିଛନ୍ତି । ଯାହାକୁ ନେଇ ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ଅସଲ ମୁଖା ପଦାରେ ପଡ଼ିଲା । ବିଗତ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରି ଜେଲ ଯାଇଥିବା ସରପଂଚ ବିରୋଧୀଙ୍କ ହାତବାରିସୀ ସାଜି ମନ୍ତ୍ରୀ ଅରୁଣ ସାହୁଙ୍କୁ ବଦନାମ କରୁଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି |

 

Leave A Reply

Your email address will not be published.