ଝାରସୁଗୁଡ଼ା :(ସୁଭାଷ ସହାରେ) ଆଜି ସେହେଡ଼ା ଅନୁଷ୍ଠାନ ଦ୍ବାରା ପରିଚାଳିତ ୱାନ ଷ୍ଟପ ସେଣ୍ଟର (ସଖୀ) ପକ୍ଷରୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପ୍ରାଙ୍ଗଣରେ ଆନ୍ତର୍ଜାତିକ ମହିଳା ହିଂସା ନିରୋଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ସଖୀ ଯୋଗାଇ ଦେଉଥିବା ସେବାଗୁଡ଼ିକର ବିଷୟରେ ସଚେତନତା ପ୍ରଚାରପତ୍ର ବଣ୍ଟା ଯାଇଥିଲା । ଏହା ବ୍ୟତୀତ ସଖୀର କର୍ମକର୍ତ୍ତାମାନେ ଉପସ୍ଥିତ ଜନତାଙ୍କୁ ମହିଳା ହିଂସା ତଥା ସଖୀର କାର୍ଯ୍ୟ ଉପରେ ବୁଝାଇଥିଲେ। ମହିଳା ମାନେ ହିଂସାର ଶୀକାର ହେଲେ କିପରି ସାହାଯ୍ୟ ପାଇ ପାରିବେ, ସେ ବିଷୟରେ ସେମାନଙ୍କୁ ସୂଚିତ କରାଯାଇଥିଲା। ସେହେଡ଼ା ଅନୁଷ୍ଠାନର ପ୍ରକଳ୍ପ ଅଧିକାରୀ ଶ୍ରୀ ଆଶିଷ କୁମାର ପଣ୍ଡା ସୂଚନା ଦେଇଛନ୍ତି ଯେ ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ମାନବ ଅଧିକାର ଦିବସ ୧୦ ଡିସେମ୍ବର ଅର୍ଥାତ୍ ୧୬ ଦିନ ବ୍ୟାପୀ ଚାଲିବ। ମହିଳାଙ୍କ ପ୍ରତି ହେଉଥିବା ଯେ କୌଣସି ହିଂସାକୁ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ସେହେଡ଼ାର ନିର୍ଦ୍ଦେଶିକା ଆନନ୍ଦିନି ପାଢ଼ୀ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସେହେଡ଼ାର କାଉନସେଲର ମଧୁସ୍ମିତା ବରାଳ, କେସ୍ ୱାର୍କର ବନ୍ଦନା ପଣ୍ଡା, ସ୍ବାସ୍ଥ୍ୟ ସହାୟିକା ସୁନୀତା ଭଇଁସା,ଯାଜ୍ଞସେନୀ ନାୟକ ଓ ରାକା ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.