ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ମଙ୍ଗଳବାର ରେଙ୍ଗାଲି ବ୍ଳକ ବାବୁଖିଣ୍ତା ଗ୍ରାମର ଶୁଶିଲ ବାଗ (୪୨) ଏକ ଅଜଣା ରୋଗର ଆକ୍ରାନ୍ତ ହୋଇ ଆକସ୍ମିକ ଭାବରେ ମୃତ୍ୟୁ ବରଣ କରିଥିଲେ l ସେ କିଛି ବର୍ଷ ପୂର୍ବେ ଅନ୍ୟ ଏକ ଜାତିର ମହିଳାଙ୍କୁ ପ୍ରେମ ବିବାହ କରିଥିଲେ l ଏହି କାରଣରୁ ତାଙ୍କୁ ଜାତିରୁ ବାରଣ କରିଥିଲେ l ଜାତି ରୁ ତାଙ୍କୁ ବାରଣ କରିଥିବାରୁ ଶବ ୬ ଘଣ୍ଟା ପର୍ଯ୍ୟନ୍ତ ପଡିରହିଥିଲା l ଶବ ପଡି ରହିଥିବାର ଖବର ପାଇ ମାତୃଭୁମି ସଂଗଠନର ଉପ ସଭାପତି ଉମାକାନ୍ତ ନାଥ ଓ ସଦସ୍ୟ ଶୁଶିଲ ପାତ୍ର ନିଜେ ଶବକୁ କାନ୍ଦରେ ବୋହି ଶଶ୍ବାନ କୁ ନେଇ ଶବ ସଂସ୍କାର କରିଥିଲେ l ସଂଗଠନର ଏହି ମହତ କାର୍ଯ୍ୟକୁ ଅନେକ ମହଳରେ ପ୍ରଶଂସା କରାଯାଇଛି l
Sign in
Sign in
Recover your password.
A password will be e-mailed to you.