ଭଞ୍ଜନଗର ( ନିଲୁ ବିଷୋୟୀ)- ଗଞ୍ଜାମ ଜିଲ୍ଲାର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଭଞ୍ଜନଗର ଠାରେ ସାମାଜିକ ଦୂରତା ରକ୍ଷାକରି ସିଦ୍ଧିଦିବସ ପାଳିତ ହୋଇଯାଇଛି । ଏଥି ନିମିତ୍ତ ଆୟୋଜିତ ସଭାରେ ଶିକ୍ଷା କେନ୍ଦ୍ର ସଭାପତି କୃତ୍ତିବାସ ବିଶ୍ବାଳ ଅଧ୍ୟକ୍ଷତା କରିଥିଲେ l ଅଞ୍ଚଳ ସଂଗଠକ ରଘୁନାଥ ପଣ୍ଡା, ସମାଜସେବୀ ଶୂଳପାଣି ଶତପଥି,ଶିକ୍ଷା କେନ୍ଦ୍ର ଅଧକ୍ଷ ବସନ୍ତ କୁମାର ଖାଡ଼ଙ୍ଗା ପ୍ରମୁଖ ମଂଚାସୀନ ଥିଲେ l 1926 ମସିହା ନଭେମ୍ବର 24 ତାରିଖ ଦିନ ଶ୍ରୀଅରବିନ୍ଦଙ୍କ ସିଦ୍ଧିପ୍ରାପ୍ତ ହୋଇଥିଲା. ଶ୍ରୀଅରବିନ୍ଦଙ୍କ ସିଦ୍ଧି ଦିବସର ତାପ୍ତର୍ଯ୍ୟ ସମ୍ୱନ୍ଧରେ ଅତିଥି ମାନେ ଆଲୋକପାତ କରିଥିଲେ ସ୍ନେହ ଅପା ଦୁର୍ଗା ସ୍ତୋତ୍ର ପାଠ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଖାଡ଼ଙ୍ଗା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି ପବିତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଭଞ୍ଜନଗରର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସମେତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବି. ଡ଼ି. ପୁର, ଗଞ୍ଜାମର ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ସାହୁ, ସମ୍ପାଦକ ଶ୍ରୀଯୁକ୍ତ ବିଦେଶୀ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ
Sign in
Sign in
Recover your password.
A password will be e-mailed to you.
Next Post