ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଓଡିଶା ବୈଷୟିକ କୃଷି ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଅଧିନସ୍ଥ ଚିପିଲିମା ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର (ଆରଆରଟିଟିଏସ୍)ରେ ଡିଏଲଆର,ଏନଏମଆର,କାଜୁଆଲ ମିଶି ପାଖାପାଖି ଶହେଜଣ ପୁରୁଷ ମହିଳା ଶ୍ରମିକ କାର୍ଯ୍ୟରତ ଥିବାବେଳେ, ସେମାନେ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି।ଏନେଇ ଦୀର୍ଘଦିନ ହେଲା ସେମାନେ ଏଠାରେ କାର୍ଯ୍ୟରତ ଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ସେମାନେ ଆଇନଗତ ଅଧିକାର ଯଥା ଇପିଏଫ୍, ଇଏସଆଇ,ସାପ୍ତାହିକ ଛୁଟି, ଚାକିରୀରେ ସ୍ଥାୟୀତ୍ବ,ମଜୁରୀ ବୃଦ୍ଧି, ଗ୍ରାଚ୍ୟୁଟି ଭଳି ସେବାରୁ ବଞ୍ଚିତ ରହିଛନ୍ତି। ଏନେଇ ଶ୍ରମିକମାନଙ୍କ ମନରେ ଅଶାନ୍ତି ଦେଖାଦେଇଥିବାବେଳେ,ଅନେକ ଥର ଆନ୍ଦୋଳନ କରିଆସିଛନ୍ତି।ହେଲେ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ମିଳିଆସିଛି କେବଳ ପ୍ରତିଶୃତି, ପ୍ରତାରଣା ଏବଂ ପ୍ରବଞ୍ଛନା।ଏନେଇ ଶ୍ରମିକମାନଙ୍କ ପୁଞ୍ଜିଭୂତ ଅଶାନ୍ତିକୁ ପୁଣି ଆଜିଠୁ ଓୟୁଏଟି କର୍ମଚାରୀ ସଂଗଠନ ପକ୍ଷରୁ ଶ୍ରମିକମାନେ ପୁଣି ୯ଦଫା ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।୯ଦଫା ଦାବି ମଧ୍ୟରେ ଓୟୁଏଟି ଅଧିନରେ ଦୀର୍ଘବର୍ଷରୁ କାର୍ଯ୍ୟକରିଆସୁଥିବା କର୍ମଚାରୀ ତଥା ଶ୍ରମିକମାନଙ୍କୁ ଯୋଗ୍ୟତା ଅନୁଯାୟୀ ସେମାନଙ୍କୁ ଖାଲିପଡିଥିବା ଗୃଫ୍ ଡିରେ ନିଯୁକ୍ତି ଦେଇ ନିୟମିତ କରିବା,ସୁପ୍ରିମ କୋର୍ଟ ନିର୍ଦ୍ଧେଶ ଅନୁଯାୟୀ ସମାନ କାମକୁ ସମାନ ଦରମା ଦିଆଯିବା,ବିନା ନୋଟିସରେ କାର୍ଯ୍ୟରୁ ଅନ୍ତର କରା ନ ଯିବା,ମାସକୁ ୨୬ ଦିନର କାମ ସୁନିଶ୍ଚିତ କରିବା,ନିୟମିତ ବେତନ ଦିଆଯିବା,ସରକାରୀ ଛୁଟିସହ ଇଏଲ ଦିଆଯିବା,ସମସ୍ତ ଶ୍ରମିକ କର୍ମଚାରୀଙ୍କୁ ଇପିଏଫ୍ ଇଏସଆଇ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା,ମହିଳାମାନଙ୍କୁ ପ୍ରସୂତୀକାଳୀନ ଛୁଟି ଦିଆଯିବା,କରୋନା ଲକଡାଉନ ସମୟର ସମସ୍ତ ବକେୟା ମଜୁରୀ ତୁରନ୍ତ ପ୍ରଦାନ କରିବା ଭଳି ଦାବି ରହିଛି।ଏନେଇ ସେମାନେ ଆଜି ଏଡିଆର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି।ଦାବି ପୁରଣ ନ ହେବାଯାଏ ଏହି ଆନ୍ଦୋଳନ ଜାରିରହିବ ବୋଲି ଶ୍ରମିକ ନେତା ରାଜ୍ୟ ଉପସଭାପତି କିଶୋର ଜେନା ତଥା ଶ୍ରମିକମାନେ କହିଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post