ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଘରୋଇ କଳହରୁ ସ୍ତ୍ରୀଙ୍କୁ ମାଡ଼ ମାରି ସଜ୍ଞାହୀନ କରିଦେଲା ସ୍ବାମୀ। ଶେଷରେ ଅଚେତ ସ୍ତ୍ରୀ ଉପରେ କିରୋସିନି ଲଗାଇ ଜିଅନ୍ତା ଜାଳିଦେଲା। ପାରିବାରିକ କଳହ ପରେ ଏପରି ଏକ ମର୍ମନ୍ତୁଦ ଘଟଣା ଘଟିଯାଇଛି ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ଥାନା ଅଞ୍ଚଳରେ ଭୀମଯୋର ଗ୍ରାମରେ ।

କୋଲାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ହେଉଛି ଭୀମଯୋର ଗ୍ରାମର ୪୪ ବର୍ଷ ବୟସ୍କ ସନ୍ତୋଷ ପ୍ରଧାନ । ଗତ ଶନିବାର ସନ୍ଧ୍ୟାରେ ସନ୍ତୋଷ ଓ ତାଙ୍କର ୩୮ ବର୍ଷ ବୟସ୍କା ସ୍ତ୍ରୀ ବାସନ୍ତୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ସନ୍ତୋଷ ମାନସିକ ଭାରସାମ୍ୟ ହରାଇ ବାସନ୍ତୀଙ୍କୁ ପ୍ରଚଣ୍ଡ ମାଡ଼ ମାରିଥିଲେ ଓ ଫଳରେ ବାସନ୍ତୀ ସଜ୍ଞାହୀନ ହୋଇ ପଡ଼ି ଯାଇଥିଲେ। ଏହାପରେ ସନ୍ତୋଷ ବାସନ୍ତୀଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଏଥିରେ ବାସନ୍ତିଙ୍କ ଶରୀର ଅଧା ପୋଡ଼ି ଯାଇଥିଲା ଓ ଗତ ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। । ଘଟଣା ବିଷୟରେ ବାସନ୍ତିଙ୍କ ନାବାଳିକା ଝିଅ ମାମୁଁଘର ଲୋକଙ୍କୁ ଫୋନ ମାଧ୍ୟମରେ ଜଣାଇବା ପରେ ବାସନ୍ତିଙ୍କ ବାପା ଓ ସମ୍ପର୍କୀୟମାନେ ଭୀମଯୋର ଆସି ସନ୍ତୋଷକୁ ଘଟଣା ବିଷୟରେ ପଚାରିଥିଲେ । ହେଲେ ସନ୍ତୋଷ କୌଣସି ଉତ୍ତର ନ ଦେଇ କଥାକୁ ଚାପିଦେବା ପାଇଁ ଉଦ୍ୟମ କରିବାରୁ ସେମାନେ କୋଲାବିରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ସନ୍ତୋଷକୁ ଗିରଫ କରିବା ସହ ବାସନ୍ତିଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.