ପୁଣି ଏକ ନାବାଳିକାର ବିବାହ ରୋକିବାରେ ସକ୍ଷମ ହେଲେ ଚାଇଲ୍ଡଲାଇନ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ଥାନା ଅଞ୍ଚଳରେ ଏକ ନାବାଳିକାର ବିବାହକୁ ରୋକିବାରେ ସକ୍ଷମ ହୋଇଛନ୍ତି ଚାଇଲ୍ଡଲାଇନ କର୍ମକର୍ତ୍ତା। ଖବର ଅନୁଯାୟୀ, ଆସନ୍ତା ୨୫ ନଭେମ୍ବରରେ ଏହି ବିବାହ ହେବାକୁ ଥିବା ଜାଣିବାକୁ ପାଇ କୋଲାବିରା ପୋଲିସ ଓ ଚାଇଲ୍ଡଲାଇନ କର୍ମକର୍ତ୍ତାମାନେ ଉକ୍ତ ଗ୍ରାମକୁ ଯାଇ ବିବାହ ରୋକିବାରେ ସମର୍ଥ ହୋଇଥିଲେ। 

ସୂଚନା ଅନୁଯାୟୀ, କୋଲାବିରା ଥାନା ଅଞ୍ଚଳର ଏହି ନାବାଳିକାର ବିବାହ ସମ୍ବଲପୁର ଜିଲ୍ଲାରେ ସ୍ଥିର ହୋଇଥିଲା। ଖବର ପାଇ କୋଲାବିରା ସିଡିପିଓ ହେଲେନ ପୂଣ୍ୟବତୀ ଖେସ, ଚାଇଲ୍ଡଲାଇନ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା,ସଂସ୍ଥାର ସଦସ୍ୟ ଟିକେଶ୍ବରୀ ପଟେଲ ଓ ଅଧିକାରୀ ନାଏକ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ସିଡିପିଓ ନାବାଳିକାର ସ୍କୁଲ ପ୍ରମାଣପତ୍ର ଯାଞ୍ଚ କରିବା ପରେ ଝିଅକୁ ୧୭ ବର୍ଷ ଓ ୮ ମାସ ବୋଲି ଜାଣିବାକୁ ପାଇଥିଲେ। କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ଝିଅର ପିତାମାତାଙ୍କୁ ନାବାଳିକା ବିବାହ ସଂପର୍କିତ  ଆଇନ ବିଷୟରେ ଅବଗତ କରାଇ ସେମାନଙ୍କୁ ଝିଅର ବିବାହ ନ କରାଇବା ପାଇଁ ରାଜି କରାଇଥିଲେ।ଏହାପରେ ଥାନାରେ ଏକ ଷ୍ଟେସନ ଡାଏରୀ କରି ଏବଂ ପିତାମାତାଙ୍କ ଦ୍ବାରା ଏକ ଚୁକ୍ତିନାମା ସ୍ବାକ୍ଷରିତ କରିବା ପରେ ଶିଶୁ ମଙ୍ଗଳ ଅଧିକାରୀ ଝିଅଙ୍କୁ ପିତାମାତାଙ୍କୁ ହସ୍ତାନ୍ତର କରାଇଥିଲେ। 

ଗତକାଲି ମଧ୍ୟ  ଚାଇଲ୍ଡଲାଇନ,ଶିଶୁ ମଙ୍ଗଳ ଅଧିକାରୀ ବିଟିଏମ ଅଞ୍ଚଳରେ ଏହିପରି ଏକ ନାବାଳିକାର ନିର୍ବନ୍ଧ କାର୍ଯ୍ୟକୁ ରୋକିବାରେ ସକ୍ଷମ ହୋଇଥିଲେ।

Leave A Reply

Your email address will not be published.