ଅନ୍ତର୍ଜାତୀୟ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ଦାବି

0

06-06-18-byasanagar.jpg - 56.82 kB

ଯାଜପୁର/Jayashankar Dash : ଯାଜପୁର ଜିଲ୍ଲାରେ ଅନ୍ତର୍ଜାତୀୟ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଗଣଆନେ୍ଦାଳନ ଜାରି ରହିବା ସହ ଆବଶ୍ୟକ ପଡ଼ିଲେ ଯାଜପୁରବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବ୍ୟାସନଗରସ୍ଥିତ ଉତ୍ସବ ପ୍ୟାଲେସଠାରେ ଭାଷା ବିକାଶ ଅଭିଯାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ମତ ପ୍ରକାଶ କରିଛନ୍ତି । “ବଉଳଫୁଲ’ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏହି ସଭାରେ ସଂସଦର ସମ୍ପାଦିକା ଶ୍ରୀମତୀ ବ୍ରଜେଶ୍ୱରୀ ସିଂହ ସଭାପତିତ୍ୱ କରିଥିଲେ । ଏଥିରେ ଆଲୋଚକ  ଭାବେ ଚିନ୍ମୟ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡଃ ଚିନ୍ମୟ ଦାଶ, ଭାଷାବିକାଶ ଅଭିଯାନର ସଂଯୋଜକ ଭୁବନମୋହନ ମହାନ୍ତି, ସମ୍ପାଦକ ରତିଲାଲ ଭୂୟାଁ, ଡଲ୍ଫିନ୍ ନୃତ୍ୟ ସଂଗଠନ ନିର୍ଦ୍ଦେଶକ  ମିହିର କୁମାର ମଲ୍ଲିକ, ସୁକିନ୍ଦା ସାହିତ୍ୟ ସମାଜର ଉପସଭାନେତ୍ରୀ ଲବଙ୍ଗଲତା ପରିଡ଼ା, ଶିକ୍ଷୟିତ୍ରୀ କାଞ୍ଚନବାଳା ମଲ୍ଲ, ଶିକ୍ଷୟିତ୍ରୀ ଶକୁନ୍ତଳା ଦାସ, ମିରିନା ମହାନ୍ତି, ଆଡଭୋକେଟ  ଅଖିଳ ମୋହନ ଦାଶ, ଚିନ୍ମୟୀ ଦାସ, ଶିକ୍ଷାବିତ୍ ଅକ୍ଷୟ କୁମାର ପ୍ରଧାନ, ନାଟ୍ୟକାର ବିକାଶ ଦାସ, ଗାୟତ୍ରୀ ନାୟକ, ମଧୁସ୍ମିତା ନାୟକ ପ୍ରମୁଖ ଯୋଗଦେଇ ଯାଜପୁର ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ପ୍ରାଚୀନତା ସମ୍ପର୍କରେ ଆଲୋଚନା କରିବା ସହ ତକ୍ଷଶୀଳା ନାଳନ୍ଦା ଆଦି  ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର ଭଳି ଯାଜପୁରର ସର୍ବପ୍ରାଚୀନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟକୁ ଅନ୍ତର୍ଜାତୀୟ ଓଡ଼ିଆ ବିଶ୍ୱବିଦ୍ୟାଳୟ ନାମରେ ନାମିତ କରି କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.