ଦକ୍ଷତା ବିକାଶ କ୍ଷେତ୍ରରେ ଜାପାନ-ଭାରତ ମଧ୍ୟରେ ସହଯୋଗ ନେଇ ଆଲୋଚନା  

0

 

 

ଟୋକିଓ/  ଭୁବନେଶ୍ୱର – କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ତିନିଦିନିଆ ଜାପାନ ଗସ୍ତରେ  ଯାଇ ଏଲଏନଜି ଉତ୍ପାଦକ ଗ୍ରାହକ ସମ୍ମିଳନୀରେ ଯୋଗ ଦେବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ନେଇ ଆଲୋଚନା  କରିଛନ୍ତିା 

ଏହି ଏଲଏନଜି ଉତ୍ପାଦକ  ଗ୍ରାହକ ସମ୍ମିଳନୀରେ କି ନୋଟ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବୈଶ୍ୱିକ ଏଲଏନଜି ବଜାରରେ ବ୍ୟାପକ ପରିବର୍ତନ ହେଉଛି ।   ବଜାରରେ ନୂଆ ଯୋଗାଣ  କାରଣରୁ ଅତିରିକ୍ତ ଯୋଗାଣ ଭଳି ସ୍ଥିତି ଉପôନ୍ନ ହେଉଛି ।  ଏଲଏନଜି ବଜାରରେ ଏଲଏନଜିର ଉପôାଦକ ଓ  ଗ୍ରାହକ ମାନେ ସମାନ ଅଂଶୀଦାର ଭାବେ ବିବେଚିତ ହେବା  ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।  ଏଲଏନଜି ଉପôାଦକ ଓ ଗ୍ରାହକ ମାନେ ହାତ ମିଳାଇ  ମୂଲ୍ୟ  ନିର୍ଦ୍ଧାରଣ , ଏଲଏନଜି କଂଟ୍ରାକ୍ଟ ଆଦି କ୍ଷେତ୍ରରେ ନମନୀୟତା ରହିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ଏକ ବୈଶ୍ୱିକ ଏ ସନ୍ତୁଳିତ ଏଲଏନଜି ବଜାର  ବିକଶିତ କରିବା ପାଇଁ ଏହି ସଂସ୍କାର ଗୁଡିକ ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଏହା ବ୍ୟତୀତ ଶ୍ରୀ ପ୍ରଧାନ ଜାପାନର ଅର୍ଥ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ହିରୋସୋଂଗି ସେକୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।  ଏହି  ଆଲୋଚନା କାଳରେ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଉଭୟ ଦେଶର କମ୍ପାନୀ ମାନଙ୍କର ମଧ୍ୟରେ ସହଯୋଗ  ବୃଦ୍ଧି ନେଇ ଆଲୋଚନା ହୋଇଥିଲା ।  ଏଲଏନଜି ସୋର୍ସିଂଗ, ସ୍ୱାପିଂରେ ବୃଦ୍ଧି  ଓ ମିଥେନ ହାଇଡ୍ରେଟର ବାଣିଜ୍ୟିକ ବ୍ୟବହାର ବିଷୟରେ ମଧ୍ୟ ଆଲୋଚନା ହୋଇଥିବା ଜଣା ପଡିଛି । 

ଶ୍ରୀ ପ୍ରଧାନ  ଶ୍ରୀ ସେକୋଙ୍କୁ ଆଗାମୀ ବର୍ଷ ଏପ୍ରିଲ ମାସରେ  ନୂଆ ଦିଲ୍ଲୀରେ  ହେବାକୁ ଥିବା ୧୬ତମ ଆନ୍ତର୍ଜାତିକ ଏନର୍ଜି ଫୋରମ (ଆଇଇଏଫ)ର ମନ୍ତ୍ରୀ ସ୍ତରୀୟ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି । 

 ଏକ ତରଳ, ନମନୀୟ ଓ ବୈଶ୍ୱିକ  ଏଲଏନଜି ବଜାର ସ୍ଥାପନା କରିବା ପାଇଁ ଉଭୟ ମନ୍ତ୍ରୀ  ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଏହି ବୁଝାମଣା ପତ୍ର ଏଲଏନଜି ବଜାରକୁ ଅଧିକ ନମନୀୟ କରିବା ପାଇଁ ଏକ ଫ୍ରେମବାର୍କ ପ୍ରଦାନ କରିବ । ଏହା ଉଭୟ ଦେଶ ମଧ୍ୟରେ ଏଲଏନଜି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବାରେ ସହାୟକ ହେବ । 

 ଏହା ବ୍ୟତୀତ ଶ୍ରୀ ପ୍ରଧାନ ଜାପାନର  ସ୍ୱାସ୍ଥ୍ୟ, ଶ୍ରମ ଓ କଲ୍ୟାଣ ମନ୍ତ୍ରୀ କାଟସୁନୋବୁ କାଟୋଙ୍କ ସହ ସାକ୍ଷାତ କରି ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଥିଲେ । ଉଭୟ ମନ୍ତ୍ରୀ  ଭାରତ ଓ ଜାପାନ ମଧ୍ୟରେ ଟେକ୍ନିକାଲ ଇଂଟର୍ନ ଟ୍ରେନିଂ ପ୍ରୋଗ୍ରାମ (ଟିଆଇଟିପି) ପାଇଁ ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।  ଏହା ଦ୍ୱାରା  ଭାରତର ଟେକ୍ନିକାଲ ଇଂଟର୍ନ ମାନେ ଜାପାନ ଯାଇ ସେଠାରେ ତିନି ବର୍ଷରୁ ପାଂଚ ବର୍ଷ ଯାଏ ପ୍ରଶିକ୍ଷଣ ହାସଲ କରି ପାରିବେ ।

Leave A Reply

Your email address will not be published.