ପଦ୍ମପୁରରୁ ନିଳକଣ୍ଠ ଦୀପ : ବରଗଡ଼ ଜିଲ୍ଲା ପଦ୍ମପୁର ର କୁସୁନାପାଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଅନୁକୂଲ୍ୟରେ ଗତ ଦଶମ ବେଡର଼୍ ପରୀକ୍ଷାରେ ୯୦% ରୁ ଉଦ୍ଧ୍ୱର୍ ନମ୍ବର ରଖି ଉତ୍ତଣ୍ଣ ହୋଇଥିବା ରାଜବୋଡ଼ାସମ୍ବର ବ୍ଲକ ର ୨୧ ଜଣ ଛାତ୍ର ଛାତ୍ରୀ ଙ୍କ ସମ୍ବର୍ଦ୍ଧନା ଉତ୍ସବ ମେଧାବୀ ଅଭିନନ୍ଦନ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତୀଥି ଭାବରେ ପଦ୍ମପୁର ବିଧାୟକ ପ୍ରଦୀପ କୁମାର ପୂରୋହିତ, ପଦ୍ମପୁର ଉପ-ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷା ଅଧିକାରୀ ସୁନିଲ କୁମାର ମୁଣ୍ଡୁ, ଏବଂ ପୂର୍ବ କ୍ଷେତ୍ର ଶିକ୍ଷା ବିକାଶ ସମିତିର କ୍ଷତ୍ରୀୟ ସଭାପତି ବାଂଛାନିଧି ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତୀଥି ଭାବରେ ସଭାପତି ରୋହିତ ମେହେର, ସଂକୁଳ ପ୍ରମୁଖ ମନୋଜ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଶୀକ୍ଷୟତ୍ରୀ କଲ୍ୟାଣୀ ମିଶ୍ର ସଂଯୋଜନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପ୍ରଧାନ ଅତୀଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ସଭା ଶେଷରେ ସମ୍ପାଦକ ଦ୍ୱାଦଶ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ ସଭାରେ ଅଭିଭାବକ, ଅଭିଭାବିକାଙ୍କ ସହ ବିଦ୍ୟାଳୟ ର କର୍ମଚାରୀ ତଥା ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.