ଦୃଢ ଇଚ୍ଛାଶକ୍ତି ପାଇଁ ତୁଚ୍ଛ କଲେ ମୁମ୍ବାଇର ଚାକିରି

0

ଆମ୍ବଚାଷ କରି ଉଦାହରଣ ସୃଷ୍ଟି କଲେ ସଂଗ୍ରାମ

05-06-18-simun-mango.jpg - 70.21 kB

ହରଭଙ୍ଗା, ବୌଦ୍ଧ (ସିମୁନ୍ ମାଏକ) ; ଆଜିର ଯୁବପିଢି ଜୀବିକା ନିର୍ବାହ କରିବା ପାଇଁ ଚାକିରି ହିଁ ଏକମାତ୍ର ବିକଳ୍ପ ମନେକରୁଥିବା ବେଳେ ବୌଦ୍ଧ ଜିଲ୍ଲା ପିତାମ୍ବରପୁର ପଂଚାୟତ ଅନ୍ତର୍ଗତ ବଲଣ୍ଡା ଗ୍ରାମର ସଂଗ୍ରାମ ପ୍ରଧାନ ନାମକ ଜୈନିକ ଶିକ୍ଷିତ ଯୁବକ ଙ୍କ ଜୀବନରେ ସମ୍ପୁର୍ଣ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସ୍ୱାଧିନ ଭାବରେ ଚାଷକରି ନିଜର ଜୀବିକା ଅର୍ଜନ କରିବା ପାଇଁ ସେ ନିଜର ଚାକିରି ତ୍ୟାଗ କରିବାକୁ ପଛେଇନଥିବା ଭଳି ନିଆରା ନଜିର ଦେଖିବାକୁ  ମିଳିଛି । ପ୍ରାପ୍ତ ସୂଚନା ଅନୁଯାଇ ସଂଗ୍ରାମ ସ୍ନାତକ ପାଇସ ପରିବା ସହିତ ଏଲଏଲବି ପାସ କରିବା ପରେ ମୁମ୍ବାଇ ସ୍ଥିତ ଏକ ଘରୋଇ କମ୍ପାନୀ ରେ ଚାକିରି କରିଥିଲେ । ଚାଷି ପରିବାରରୁ ଆସିଥିବା ସଂଗ୍ରାମଙ୍କୁ ମାସକୁ ୩୨ ହଜାର ଟଙ୍କା ଦରମା ସହିତ ରହିବା ଘର ଓ ମୁମ୍ବାଇର ଚାକଚକ୍ୟ ସହରି ଜୀବନ ଯାପନର ସମସ୍ତ ସୁବିଧା ଉପଲବ୍ଧ ସତେ ସେଥିରୁ ତାଙ୍କୁ ଆତ୍ମସନ୍ତେଷ ମିଳିପାରିନଥିଲା  । ସେଚାକିରି ଛାଡି ଗାଁରେ ଥିବା ନିଜ ୩ ଏକର ଜମିରେ ଏକ ଆମ୍ବବଗିଚା କରିବାକୁ ନିଷ୍ପତି ନେଇଥିଲେ । ତାଙ୍କର ଏଭଳି ନିଷ୍ପତିକୁ ପ୍ରଥମେ ବାପା ମା ଓ ପରିବାର ସଦସ୍ୟ ରାଜି ହୋଇନଥିଲେ ମଧ୍ୟ ଶେଷରେ ନିରବ ସମ୍ମତି ଦେଇଥିଲେ । ସଂଗ୍ରାମ ଚାକିରିଛାଡି ଆସିବା ପରେ ଅକ୍ଳାନ୍ତ ପରିଶ୍ରମ କରି ୩ ଏକର ଜମିରେ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ବିଭିଗ୍ନ ପ୍ରଜାତିର ଆମ୍ବଗଛ ଲଗାଇଥିଲେ ଓ ମନପ୍ରାଣ ଦେଇ ସେସବୁକୁ ରକ୍ଷଣାବେକ୍ଷଣ କରିଥିଲେ । ସମୟାନୁକ୍ରମେ ଚାଷର ଉନ୍ନତି ପରିଲକ୍ଷିତ ହେବା ଦେଖି ଆହୁରି ୧୨ ଏକର ଜମିରେ ମଧ୍ୟ ଆମ୍ବଗଛ ଲଗାଇଥିଲେ । ଗତବର୍ଷ ସେ ନିଜ ବଗିଚାରୁ ୧୨ ଲକ୍ଷ ଟଙ୍କାର ଆମ୍ବ ବିକ୍ରି କରିବା ଘଟଣା ଜଣାପଡିବା ପରେ ତାଙ୍କର ବଗିଚାରେ ଆମ୍ବଚାଷ ଦେଖିବା ପାଇଁ ବିଭିନ୍ନ ପ୍ରଶାସନିକ ଅଧିକାରୀମାନଙ୍କ ସମେତ ଜିଲ୍ଲା ଓ ପଡୋସୀ ଜିଲ୍ଲା ର ବହୁ ଆଗ୍ରହୀ ଚାଷୀ ନିୟମିତ ଭାବେ ଆସୁଥିବା ଦେଖିବାକୁ ମିଳିଛି । ପୁର୍ବବର୍ଷ ପେକ୍ଷା ଚଳିତ ବର୍ଷ ଅଧିକ ଭଳ ଆମ୍ବଚାଷ ହୋଇଥିବାରୁ ସେହିତୁଳନାରେ ଅଧିକ ଆୟ ହେବାର ଆକଳନ କରାଯଉଛି । ଏପରିକି ନିଜର ଦୃଢଇଚ୍ଛାଶକ୍ତି ଓ ଅଧ୍ୟବସାୟପରିଶ୍ରମବଳରେ ସଂଗ୍ରାମ ଆଜି କେବଳ ଜଣେ ସଫଳ ଚାଷୀ ଭାବେ ବିବେଚନା ହୋଇପାରନ୍ତି । ସେ ଅନ୍ୟମାନଙ୍କ ପାଇଁ ଆଦଶ ର୍ ଓ ଉଦାହରଣ ମଧ୍ୟ ପାଲଟିଛନ୍ତି । ସବୁଠାରୁ ବଡକଥା ହେଲା ଆନ୍ୟ ଚାଷୀ ମାନଙ୍କୁ ସଂଗ୍ରାମ ଉତ୍ସାହିତ କରାଇବା ସହିତ ଉତ୍ପାଦିତ  ଆମ୍ବଗୁଡିକ କିପରି ବଜାରରେ ଉଚିତ ମୂଲ୍ୟରେ ବିକ୍ରି ହୋଇପାରିବ ସେନେଇ ମଧ୍ୟ ନିରନ୍ତର ଉଦ୍ୟମଜାରି ରଖିଛନ୍ତି । ଗତ ମାସରେ ଏଠାରୁ ଉତ୍ପାଦିତ  ଆମ୍ବ ବାହାର ଜିଲ୍ଲାକୁ ଗାଡି ଯୋଗେ ଚାଲାଣ କରାଯିବା ସମୟରେ ବୌଦ୍ଧ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଡିଆରଡିଏ ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର ପଟ୍ଟନାୟକ ଓ ଏଡିଏଚ ବୌଦ୍ଧ ସୂର୍ଯ୍ୟମଣୀ ମହାରଣାଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ରହି ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ । 

Leave A Reply

Your email address will not be published.